fbpx

୮ମ ରାଜ୍ୟ ଓଡ଼ିଆ ଟେଲି ଫିଲ୍ମ ପୁରସ୍କାର ଘୋଷଣା, ଘନଶ୍ୟାମଙ୍କୁ ଜୟଦେବ ପୁରସ୍କାର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ଲାଗି ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା ହୋଇଛି । ୮ମ ରାଜ୍ୟ ଓଡ଼ିଆ ଟେଲି ଫିଲ୍ମ ପାଇଁ ଆଜି ପୁରସ୍କାର ଘୋଷଣା ହୋଇଛି । ଘୋଷଣା ମୁତାବକ, ‘କାଳିଆ କରୁଛି ଲୀଳା’ ଶ୍ରେଷ୍ଠ ଟେଲି ଫିଲ୍ମ ହୋଇଛି । ଏନେଇପ୍ରୟୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ଦିଆଯିବ । ଜୟଦେବ ସମ୍ମାନ ପାଇଁ ମିଳିବ ୨ ଲକ୍ଷ ଟଙ୍କା ସହିତ ମାନପତ୍ର ।

ସେହିପରି ନୀଳମାଧକ ପଣ୍ଡା ପାଇବେ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର । ଚଳଚ୍ଚିତ୍ର ‘ଖୁସି’ରେ ଅଭିନୟ ଲାଗି ସରୋଜ ପରିଡ଼ା ହୋଇଛନ୍ତି ଶ୍ରେଷ୍ଠ ଅଭିନେତା । ସେହିପରି ଚଳଚ୍ଚିତ୍ର ‘ଖୁସି’ରେ ଅଭିନୟ ଲାଗି କାବ୍ୟା କିରଣ ହୋଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ ।

Get real time updates directly on you device, subscribe now.