ନୂଆଦିଲ୍ଲୀ: ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚରେ ଇତିହାସ ରଚିଛି ବେଙ୍ଗଲ ଟିମ । କ୍ରିକେଟ ଦୁନିଆରେ ଆଜି ପର୍ଯ୍ୟନ୍ତ ହୋଇ ପାରି ନଥିବା ଏକ ଘଟଣା ଆଜିର ମ୍ୟାଚରେ ଘଟିଯାଇଛି । ପ୍ରଥମ ବ୍ୟାଟ୍ସମ୍ୟାନରୁ ଆରମ୍ଭ କରି ନବମ ବ୍ୟାଟ୍ସମ୍ୟାନ ପର୍ଯ୍ୟନ୍ତ ସମସ୍ତ ଖେଳାଳିଙ୍କ ବ୍ୟାଟରୁ ୫୦ କିମ୍ବା ତାଠାରୁ ଅଧିକ ରନ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଦୁଇ ଜଣ ବ୍ୟାଟ୍ସମ୍ୟାନ ଶତକ ମଧ୍ୟ ହାସଲ କରିଛନ୍ତି ।
ବେଙ୍ଗଲ ଏବଂ ଝାଡଖଣ୍ଡ ମଧ୍ୟରେ ବେଙ୍ଗଲୁରୁରେ କ୍ୱାର୍ଟର ଫାଇନାଲ ମ୍ୟାଚ ଜାରି ରହିଛି । ୭୭୩ ରନର ଏକ ପାହାଡ ସ୍କୋର କରି ପାଳି ଘୋଷଣା କରିଛି ବେଙ୍ଗଲ । ଏହି ପାଳିରେ ଏକ ଇତିହାସ ରଚିଛନ୍ତି ଟିମର ସମସ୍ତ ଖେଳାଳି । ଏହି ପାଳିରେ ବେଙ୍ଗଲ ୭ଟି ୱିକେଟ ହରାଇଛି । ଅର୍ଥାତ ୯ ଜଣ ବ୍ୟାଟ୍ସମ୍ୟାନ ବ୍ୟାଟିଂ କରିବାର ସୁଯୋଗ ପାଇଛନ୍ତି । ତେବେ ଏହି ସମସ୍ତ ଖେଳାଳି ମ୍ୟାଚରେ ୫୦ କିମ୍ବା ଏହାଠାରୁ ଅଧିକ ରନ କରିବାରେ ସଫଳ ହୋଇଛନ୍ତି । ଏମିତି କରିବାରେ ବେଙ୍ଗଲ ପ୍ରଥମ ଦଳ ପାଲଟିଛି । ପୂର୍ବରୁ ଏପରି କାରନାମା କୌଣସି ଦଳ କରିପାରି ନାହିଁ ।
Innings break: Bengal – 773/7 dec in 218.4 overs (Akash Deep 53* off 18, Sayan Shekhar Mandal 53* off 85).#TeamBengal becomes the 1st team in the history of first-class cricket to have the first 9 batters all scoring 50+ runs. #CAB#BENvJHA #RanjiTrophy #QF1 pic.twitter.com/oWMnLRRWqb
— CABCricket (@CabCricket) June 8, 2022
ତେବେ ଦଳ ତରଫରୁ ସବୁଠୁ ଅଧିକ ରନ ସଂଗ୍ରହ କରିଛନ୍ତି ସୁଦୀପ କୁମାର ଧରାମୀ । ଗୋଟିଏ ଛକା ଏବଂ ୨୧ଟି ଚୌକା ସହ ୧୮୬ ରନର ଏକ ଦମଦାର ଇନିଂସ ଖେଳିଛନ୍ତି ସୁଦୀପ । ତାଙ୍କ ବ୍ୟତୀତ ଏ ମଜୁମଦାର ମଧ୍ୟ ୧୧୭ ରନର ଏକ ସୁନ୍ଦର ପାଳି ଖେଳିଛନ୍ତି । ତାଙ୍କର ଏହି ପାଳିରେ ୧୫ଟି ଚୌକା ସାମିଲ ରହିଛି । ତେବେ ଶେଷରେ ମଇଦାନକୁ ଆସିଥିବା ଆକାଶଦୀପଙ୍କ ବ୍ୟାଟରୁ ଏକ ବିସ୍ଫୋରକ ପାଳି ଦେଖିବାକୁ ମିଳିଛି । ୧୮ ବଲରୁ ୮ଟି ଛକା ସହିତ ୫୩ ରନ ସଂଗ୍ରହ କରି ନେଇଛନ୍ତି ଆକାଶ । ରଣଜୀ ଟ୍ରଫିର କୌଣସି ମ୍ୟାଚରେ ପ୍ରାୟ ୩୦୦ ଷ୍ଟ୍ରାଇକ ରେଟ ସହ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ।