fbpx

ଏକ ସମୟରେ ଗର୍ଭବତୀ ହେଲେ ୯ ଜଣ ନର୍ସ, ଜାଣନ୍ତୁ ପରବର୍ତ୍ତୀ ଖବର

Advertisement

କିଛି ମାସ ପୂର୍ବରୁ ଏକ ସମୟରେ ୯ ଜଣ ନର୍ସ ଗର୍ଭବତୀ ହୋଇଥିଲେ । ସେମାନେ ସମସ୍ତେ ଆମେରିକାର ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ଏହି ଖବର ସେ ସମୟରେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା ।

ଏହି ନର୍ସମାନେ ହସ୍ପିଟାଲରେ ଡେଲିଭରି ୟୁନିଟରେ କାର୍ଯ୍ୟ କରୁଥିଲେ । ସେମାନେ ଗର୍ଭବତୀ ଖବର ଜଣାପଡ଼ିବା ପରେ ହସ୍ପିଟାଲ ପ୍ରଶାସନ ସେମାନଙ୍କ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ କରି ଶୁଭେଚ୍ଛା ଜଣାଇଥିଲେ । ନର୍ସମାନେ ଗର୍ଭବତୀ ହେବା ପରେ ସମସ୍ତେ ପରସ୍ପରର ଭଲମନ୍ଦ କଥା ବୁଝିବା ସହ ଦେଖାଶୁଣା କରୁଥିଲେ । ହସ୍ପିଟାଲ ତରଫରୁ ମଧ୍ୟ ଏକଥା କୁହାଯାଇଥିଲା ।

ଖବର ଅନୁସାରେ, ଉକ୍ତ ନର୍ସମାନେ ସେମାନଙ୍କର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ମା’ ଓ ସନ୍ତାନମାନଙ୍କର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.