ରେଳବାଇରେ ଖାଲି ପଡ଼ିଛି ୯୯୭୦ ପଦବୀ, ଆଜି ହିଁ କରନ୍ତୁ ଆବେଦନ

ଆରଆରବି ୯୯୦୦ ପଦ ପାଇଁ ନିଯୁକ୍ତି ବାହାର କରିଛି। ୧୨ ଏପ୍ରିଲରୁ ଏଥିପାଇଁ ଆବେଦନ ଆରମ୍ଭ ହୋଇଛି।

ନୂଆଦିଲ୍ଲୀ: ରେଳବିଭାଗରେ ଚାକିରି କରିବା ପାଇଁ ଇଛା ପ୍ରକାଶ କରୁଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର। ଆରଆରବି ୯୯୦୦ ପଦ ପାଇଁ ନିଯୁକ୍ତି ବାହାର କରିଛି। ୧୨ ଏପ୍ରିଲରୁ ଏଥିପାଇଁ ଆବେଦନ ଆରମ୍ଭ ହୋଇଛି।

ଏହି ନିଯୁକ୍ତିି ଆସିଷ୍ଟାଣ୍ଟ ଲୋକପାଇଲଟ ପଦ ପାଇଁ। ଯୋଗ୍ୟ ଏବଂ ଇଛୁକ ପ୍ରାର୍ଥୀ ଆରଆରବି ଅଫିସିଆଲ ୱେବସାଇଟରେ ଆବେଦନ କରିପାରିବେ। ଏହି ନିଯୁକ୍ତିି ଦ୍ୱାରା ଆସିଷ୍ଟାଣ୍ଟ ଲୋକ ପାଇଲଟର ୯୯୭୦ ପଦ ପୁରଣ ହେବ।

ରେଳବାଇରେ ନିଯୁକ୍ତି ପାଇଁ ଆବେନ କରିବାର ଶେଷ ତାରିଖ ହେଉଛି ମେ’ ୧୧। ଅନଲାଇନ ଆବେଦନ କରିବା ସମୟରେ ଆଧାର କାର୍ଡ ବ୍ୟବହାର କରି ପ୍ରାଥମିକ ଡିଟେଲ୍ସ ଯାଞ୍ଚ କରନ୍ତୁ। କାରଣ ଆଗକୁ ଏନେଇ କୌଣସି ସମସ୍ୟା ନହେଉ।

ଆସିଷ୍ଟାଣ୍ଟ ଲୋକ ପାଇଲଟର ଏହି ପଦ ପାଇଁ ଆବେଦନକାରୀ ଦଶମ ପାସ ଏବଂ ଟ୍ରେଡ ଏବଂ ଆଇଟିଆଇ ଯୋଗ୍ୟତା ଥିବା ଆବଶ୍ୟକ। ଯେଉଁମାନଙ୍କ ପାଖରେ ଇଞ୍ଜିନିୟରିଂ ଡିପ୍ଲୋମା, ଡିଗ୍ରୀ ଥିବ ସେମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ।

ଏହି ପଦ ପାଇଁ ୧୮ରୁ ୩୦ ବର୍ଷ ହୋଇଥିବା ବ୍ୟକ୍ତି ଆବେଦନ କରିପାରିବେ। ଓବିସି, ଏସସି ଏବଂ ଏସଟି ଆବେଦନକାରୀଙ୍କ ପାଇଁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ ସାମାନ୍ୟ କୋହଳ କରାଯିବ।

ଆବେଦଳ ଶୁକ୍ଳ: ଜେନେରାଲ ବର୍ଗଙ୍କ ପାଇଁ ୫ଶହ ଟଙ୍କା ଆବେଦନ ଶୁକ୍ଲ।ପ୍ରଥମ ଚରଣ ପରୀକ୍ଷା ସିବିଟି-୧ ସାମିଲ ହେବା ପରେ ଆବେଦନକାରୀଙ୍କୁ ୪ଶହ ଟଙ୍କା ଫେରାଇ ଦିଆଯିବ। ସେହିପରି ଓବିସି, ଏସସି, ଏସଟି ମହିଳା ଏବଂ ଦିବ୍ୟାଙ୍କ ପାଇଁ ୨୫୦ ଟଙ୍କା ଆବେଦ ଶୁକ୍ଳ ରଖାଯାଇଛି। ସିବିଟି-୧ରେ ସାମିଲ ହେବା ପରେ ତାଙ୍କ ସମସ୍ତ ଅର୍ଥ ତାଙ୍କୁ ଫେରାଇ ଦିଆଯିବ।

କିପରି ଆବେଦନ କରିବେ: ସର୍ବପ୍ରଥମେ ଆରଆରବି ଅଧିକାରୀଙ୍କ ୱେବସାଇଟ rrbapply.gov.in କୁ ଯିବେ।

ପୁଣି ହୋମ ପେଜ୍‌ରେ ଉପଲବ୍ଧ ଏଏଏଲପି ୨୦୨୫ ଲିଙ୍କରେ କ୍ଲିକ କରିବେ।

ଏହା ପରେ ଏକ ନୂଆ ପେଜ୍ ଖୋଲିବ। ଯେଉଁଠି ଆବେଦନକାରୀଙ୍କୁ ରେଜିଷ୍ଟେସନ ଡିଟେଲ୍ସ ଦେବାକୁ ହେବ ।

ଏହା ପରେ ଆବେଦନ ପତ୍ର ପୁରଣ କରିବେ। ଟଙ୍କା ମଧ୍ୟ ଡିପୋଜିଟ୍ କରିବେ।

ଏହା ପରେ ସମିଟି ପେଜରେ କ୍ଲିକ କରି କନଫରମେସନ ପେଜକୁ ଡାଉନ ଲୋଡ଼ କରିବେ।

ଆବଶ୍ୟକ ପାଇଁ ଏହାର ଏକ ହାର୍ଡ କପି ନିଜ ପାଖରେ ରଖନ୍ତୁ।