fbpx

ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୯ମ କିସ୍ତି ଆଜି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି । ବଟନ୍ ଟିପି ଟଙ୍କା ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୯ କୋଟି ୭୫ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି ଏହି ଟଙ୍କା । ଚାଷୀ ପିଛା ୨ ହଜାର ଲେଖାଏଁ ମୋଟ ୧୯,୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ତେବେ ପିଏମ କିଷାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ସିଧାସଳଖ ପଠାଯାଉଛି । ଏହି ଯୋଜନା ଅଧିନରେ ବର୍ତ୍ତମାନ ସୁଦ୍ଧା ଚାଷୀମାନଙ୍କୁ ୧.୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ପଠାଯାଇଛି । ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ, ଜାଣିବାକୁ ଚାହୁଁଥିରେ ଏପରି ଚେକ୍ କରନ୍ତୁ….

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Get real time updates directly on you device, subscribe now.