fbpx

(ଭିଡ଼ିଓ)ନିର୍ବାଚନ ପୂର୍ବରୁ ୟୁପିରେ ଏଣ୍ଟ୍ରି କଲା ଓମିକ୍ରନ, ବାହାରିଲେ ୨ ପଜିଟିଭ୍

ଲଖନଉ: ନିର୍ବାଚନ ପ୍ରଚାର ରାଲି ଜୋରଦାର ଚାଲିଥିବା ବେଳେ ଉତ୍ତରପ୍ରଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଏଣ୍ଟ୍ରି ହୋଇଛି । ୟୁପିର ଗାଜିଆବାଦରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାଫଳରେ ଦେଶରେ ଓମିକ୍ରନ ସଂଖ୍ୟା ବଢ଼ି ୧୧୩ ରେ ପହଞ୍ଚିଛି ।

ତେବେ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ଚିହ୍ନଟ ହୋଇଥିବା ୨ ଓମିକ୍ରନ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରିଥିଲେ । କାହାଠାରେ ବି କିଛି ଲକ୍ଷଣ ଦେଖିବାକୁ ମିଳିନାହିଁ । ସାବଧାନତା ଦୃଷ୍ଟିରୁ ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି ।

କୁହାଯାଉଛି ଯେ, ଏହି ୨ ସଂକ୍ରମିତଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଓ ଆଉ ଜଣେ ପୁରୁଷ ଥିବା ଜଣାପଡ଼ିଛି । ଜୋନିମ ସିକ୍ୱେନ୍ସିଂରୁ ସେମାନଙ୍କ ରିପୋର୍ଟ ଓମିକ୍ରନ ପଜିଟିଭ୍ ଆସିଛି । ଏପରି ପରିସ୍ଥିତିରେ ରାଜ୍ୟ ସରକାର ତୁରନ୍ତ ଆକ୍ସନ ମୋଡକୁ ଆସିଛନ୍ତି । ଓମିକ୍ରନ ଯୋଗୁଁ ଦେଶରେ ତୃତୀୟ ଲହରର ଆଶଙ୍କା ମଧ୍ୟରେ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।

Get real time updates directly on you device, subscribe now.