fbpx

ସଂସଦରୁ ନିଲମ୍ବିତ ହେଲେ ଟିଏମସି ସାଂସଦ, ଉପାଧ୍ୟକ୍ଷ ଉପରକୁ ଫିଙ୍ଗିଲେ ରୁଲ୍ ବୁକ୍

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାଏନଙ୍କୁ ଆପତ୍ତିଜନକ ବ୍ୟବହାର ପାଇଁ ଶୀତକାଳୀନ ଅଧିବେଶନର ବାକି କାର୍ଯ୍ୟ ଦିବସରୁ ନିଲମ୍ବିତ କରାଯାଇଛି। ସେ ମଙ୍ଗଳବାର ଗୃହରେ ନିର୍ବାଚନ ଅଧିନିୟମ ସଂଶୋଧନ ବିଧେୟକ ଉପରେ ଆଲୋଚନା ବେଳେ ରାଜ୍ୟସଭାର ଉପ ବାଚସ୍ପତିଙ୍କ ଉପରକୁ ରୁଲ୍ ବୁକ୍ ଫିଙ୍ଗିଥିଲେ।
ଯେତେବେଳେ ଉପାଧ୍ୟକ୍ଷ ଗୃହର ଅଚଳାବସ୍ଥା କାରଣ ଦର୍ଶାଇ ଭୋଟିଂ ପାଇଁ ଅନୁମତି ନଦେବାରୁ ଟିଏମସି ସାଂସଦ ତାଙ୍କ ଉପରୁ ରୁଲ ବୁକ୍ ଫିଙ୍ଗିଥିଲେ। ଏହା ପରେ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। ସରକାର ବ୍ରାଏନଙ୍କ ଏହି ବ୍ୟବହାରର ଘୋର ନିନ୍ଦା କରିଥିଲେ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଏହାକୁ ନେଇ ବ୍ରାଏନ ଟ୍ଵିଟ୍ କରି ଲେଖିଛନ୍ତି, ପ୍ରତି ନିୟମକୁ ଭାଙ୍ଗିବା ପରେ ବିଜେପି ଏବେ ନିୟମାବଳୀର କଥା କହୁଛି। ବ୍ରାଏନଙ୍କ ଦ୍ଵାରା ରୁଲ୍ ବୁକ୍ ଫିଙ୍ଗାଯିବା ଘଟଣାକୁ ନେଇ ଗୃହର ନେତା ପିୟୂଷ ଗୋଏଲ କହିଛନ୍ତି, ଏହି ବ୍ୟବହାରରେ କେବଳ ଗୃହର କି ଉପାଧ୍ୟକ୍ଷଙ୍କ ନୁହେଁ ସମଗ୍ର ଦେଶର ଅପମାନ ହୋଇଛି।
କଂଗ୍ରେସର ମୁଖ୍ୟ ସଚେତକ ଜୟରାମ ରମେଶ କହିଛନ୍ତି, ବିରୋଧୀ ମତଦାତା ଭୋଟ୍ ପରିଚୟ ପତ୍ର ଏବଂ ଆଧାର ଲିଙ୍କ୍ ବିଧେୟକକୁ ଚୟନ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲା। ଆମ ପ୍ରସ୍ତାବକୁ ମଧ୍ୟ ଅନୁମତି ମିଳିନଥିଲା। ଏହାର ପ୍ରତିବାଦରେ ଆମ କକ୍ଷତ୍ୟାଗ କରିଛୁ। ଏହି ବିଧେୟକ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ପାରିତ କରାଯାଇଛି।

Get real time updates directly on you device, subscribe now.