ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ପାକିସ୍ତାନକୁ ୪-୩ରେ ପରାସ୍ତ କରିବା ସହିତ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ଜାପାନ ବିପକ୍ଷରେ ରକ୍ଷଣାତ୍ମକ ଖେଳ ପାଇଁ ପରାଜିତ ହୋଇଥିବା ଭାରତ କିନ୍ତୁ ପ୍ରଥମ ମମିନିଟରୁ ଆକ୍ରମଣ କରିଥିଲା । ଉପ ଅଧିନାୟକ ହରମନପ୍ରୀତ ସିଂ ପ୍ରଥମ ମିନିଟରେ ଗୋଲ ଦେଇ ଭାରତକୁ ଆଗୁଆ କରିଥିଲେ । ପ୍ରଥମ କ୍ୱାର୍ଟରରେ ଅଫ୍ରଜ(୧୦)ଙ୍କ ଗୋଲ ବଳରେ ମ୍ୟାଚ ବରାବର ସ୍ଥିତିକୁ ଆସିଥିଲା ।
ଦ୍ୱିତୀୟ କ୍ୱାର୍ଟର ଗୋଲ ଶୂନ୍ୟ ରହିବା ପରେ ୩୩ତମ ମିନିଟରେ ଅବଦୁଲ ରାଣା ଗୋଲ ଦେଇ ପାକିସ୍ତାନକୁ ଆଗୁଆ କରାଇଥିଲେ । ୪୫ତମ ମିନିଟରେ ସୁମିତ ଭାରତ ପକ୍ଷରୁ ଏହି ଗୋଲ ପରିଶୋଧ କରିଥିଲେ । ୫୩ତମ ମିନିଟରେ ବରୁଣ କୁମାରଙ୍କ ଗୋଲରେ ଭାରତ ଅଗ୍ରଣୀ ହାସଲ କରିଥିଲା । ଏହାର ୪ ମିନିଟ ମଧ୍ୟରେ ଆକାଶଦୀପ ସିଂଙ୍କ ଗୋଲ ବଳରେ ଭାରତର ଅଗ୍ରଣୀ ୪-୨କୁ ବଢିଥିଲା । ତେବେ ଏଡାର କିଛି ସେକେଣ୍ଡ ମଧ୍ୟରେ ନଦୀମ ପାକିସ୍ତାନ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ ।