fbpx

ଶରୀରରେ ଲାଗିଥିବା ମାଇକ୍ରୋଚିପରେ ଲୁଚାଇପାରିବେ ଡାଟା, ହଜାର ହଜାର ଲୋକ କରିଛନ୍ତି ଇମ୍ପ୍ଲାଣ୍ଟ୍

ନୂଆଦିଲ୍ଲୀ: ସ୍ୱିଡେନ୍ ରେ ଡିସରପ୍ଟିଭ୍ ସବ୍-ଡର୍ମଲ୍ଓ କମ୍ପାନୀ ଏକ ଏଭଳି ମାଇକ୍ରୋଚିପ୍ ତିଆରି କରୁଛି ଯେଉଁଥିରେ ଆପଣ ନିଜର ଡାଟା ବା ତଥ୍ୟ ସବୁକୁ ସୁରକ୍ଷିତ ଭାବରେ ସଂରକ୍ଷିତ କରି ରଖିପାରିବେ । ଚିପ୍ ରେ ବ୍ୟକ୍ତିଗତ ତଥ୍ୟ ଲୁଚାଇ ଅନଲକ୍ କରିବା ପାଇଁ କୋଡ୍ ମଧ୍ୟ ପକାଇପାରିବେ । ତେବେ ଏହି ମାଇକ୍ରୋଚିପ୍ କୁ ବର୍ତ୍ତମାନ ସୁଦ୍ଧା ଅଧିକରୁ ଅଧିକ ଲୋକ ବ୍ୟବହାର କରିନାହାନ୍ତି କିନ୍ତୁ ହଜାର ସଂଖ୍ୟାରେ ଲୋକେ ଏହାକୁ ଇମ୍ପ୍ଲାଣ୍ଟ କରିଛନ୍ତି ।

ଯେଉଁ ମାନେ ଏହି ମାଇକ୍ରୋଚିପ୍ କୁ ଇମ୍ପ୍ଲାଣ୍ଟ କରିଛନ୍ତି ସେମାନେ ଏଥିରେ ବିଜସେନ୍ କାର୍ଡ ଓ ଅନ୍ୟାନ୍ୟ ସାର୍ବଜନିକ ଯାତାୟାତ କାର୍ଡ ଭଳି କିଛି ତଥ୍ୟ ପକାଇଛନ୍ତି । ଚିପ୍ କୁ ଇମ୍ପ୍ଲାଣ୍ଟ କରିଥିବା ଷ୍ଟକହୋମ୍ ର ଜଣେ ନିବାସୀ ଅମୈଣ୍ଡା ବ୍ୟାକ୍ କହିଛନ୍ତି ଯେ, ଏହି ଉପାୟରେ ମୋର ଡାଟା ଆହୁରି ସୁରକ୍ଷିତ ଇ ନିୟନ୍ତ୍ରିତ ହୋଇଛି । କାରଣ ସ୍ୱିଡେନ୍ ରେ ବଡ଼ ସଂଖ୍ୟାରେ ବାୟୋଡ୍ୟାକର୍ ମୋର ତଥ୍ୟ ଚୋରାଇ ପାରନ୍ତି ।

କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ହାନ୍ସ ସୋବ୍ଲାଡ ମଧ୍ୟ ତାଙ୍କ ହାତରେ ଏକ ଚିପ ପ୍ରତିରୋପଣ କରିଛନ୍ତି । ସେ କହିଥିଲେ ଯେ ମୋର କୋଭିଡ ପାସପୋର୍ଟ ମଧ୍ୟ ଏଥିରେ ଭର୍ତ୍ତି କରିଛି ଯାହା ଦ୍ୱାରା ମୁଁ ଯେତେବେଳେ ଚାହିଁବି ତାକୁ ବ୍ୟବହାର କରିପାରିବି । ସୋବ୍ଲାଡ୍ ତାଙ୍କ ଫୋନରେ ଟିକା ସାର୍ଟିଫିକେଟ୍ ଓପେନ୍ କରି ମଧ୍ୟ ଦଖାଇଥିଲେ । ସେ କହିଛନ୍ତି ଯେ ଏହି ଚିପ ଲଗାଇବା ପାଇଁ ସମୁଦାୟ ମୂଲ୍ୟ ୧୦୦ ୟୁରୋ (ପ୍ରାୟ ୮,୫୦୦ ଟଙ୍କା) ରହିଛି ।

Get real time updates directly on you device, subscribe now.