fbpx

ପିକ୍‌ଅପ୍ ଭ୍ୟାନ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ଟିମ୍

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବିଳମ୍ବିତ ରାତ୍ରିରେ ପିକ୍‌ ଅପ୍‌ ଭ୍ୟାନ୍‌ ଜାଳି ଦେଲେ ଦୁର୍ବୃତ୍ତ । ବାଲିପାଟଣା ଥାନା ନୂଆଗାଁ ବେଙ୍ଗବତୀ ବସ୍ତିରେ ଏଭଳି ଏକ ଘଟଣା ଘଟିଛି । ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ । ସେତେବେଳକୁ ଗାଡିଟି ନିଆଁରେ ସମ୍ପୂର୍ଣ୍ଣ ଜଳିଯାଇଥିଲା । ବେଙ୍ଗବତୀର କୁତୁବ ଅଲ୍ଲୀ ସାହାଙ୍କର ଏକ ପିକ୍‌ ଅପ୍‌ ଭ୍ୟାନ୍‌ ଘର ସାମ୍ନାରେ ରହିଥିଲା । ମାତ୍ର ରାତ୍ରି ପ୍ରାୟ ୨ ଟା ସମୟରେ ଗାଡିଟି ଜଳୁଥିବା କୁତୁବ୍‌ ଦେଖିଥିଲେ । ସଙ୍ଗେ ସଙ୍ଗେ ବାଲିପାଟଣ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ଜଳୁଥିବା ଗାଡି ରୁ ନିଆଁକୁ ଆୟତ କରିଥିଲେ । କେହି ଦୁର୍ବୃତ୍ତ ଗାଡିଟିରେ ନିଆଁ ଲଗାଇ ଦେଇଥିବା କୁତୁବ ସନ୍ଦେହ କରିଛନ୍ତି ।

Get real time updates directly on you device, subscribe now.