fbpx

ସଲମାନ ଖାନଙ୍କ ପରି ଏହି ଗାୟିକାଙ୍କୁ କାମୁଡ଼ିଲା ସାପ, ଦେଖନ୍ତୁ ଭାଇରାଲ ଭିଡ଼ିଓ

ନୂଆଦିଲ୍ଲୀ: ନିକଟରେ ବଲିଉଡର ଦବଙ୍ଗ ଅଭିନେତା ସଲମାନ ଖାନଙ୍କୁ ସାପ କାମୁଡ଼ିବା ଘଟଣା ସାମ୍ନାକୁ ଆସିଥିଲା । ପାନଭେଲ ସ୍ଥିତ ଫାର୍ମହାଉସରେ ଥିବା ସମୟରେ ସଲମାନଙ୍କୁ ସାପ କାମୁଡ଼ିଥିଲା, ଫଳରେ ତାଙ୍କୁ ହସ୍ପିଟାଲରେ ୬ ଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା କରିବାକୁ ପଡିଥିଲା । ଏପରି କିଛି ଘଟଣା ହଲିଉଡ ପପ୍ ସିଙ୍ଗର ବା ଗାୟିକା ମେଟାଙ୍କ ସହିତ ବି ହୋଇଛି, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଭିଡିଓରେ ତାଙ୍କୁ ସାପ କାମୁଡୁଥିବାର ଦେଖାଯାଇଛି । ମେଟା ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋଶୁଟର ଏକ ଭିଡିଓ ଶେୟାର କରିଛନ୍ତି ।

ଏହି ଭିଡିଓରେ ସିଙ୍ଗର ଏକ ଫଟୋଶୁଟ କରୁଥିବା ଦେଖିବାକୁ ମିଳିଛି । ସେ ଶୁଟ୍ ପାଇଁ ସାପ ସହିତ ପୋଜ କରୁଥିବା ନଜର ଆସିଛନ୍ତି । ଏହି ସମୟରେ, କଳା ରଙ୍ଗର ଏକ ସାପ ହଠାତ୍ ତାଙ୍କ ଥୋଡିକୁ କାମୁଡିଥିଲା । ସାପ କାମୁଡ଼ିବା ଦ୍ୱାରା ମେଟା ଭୟଭୀତ ହୋଇ ସଙ୍ଗେ ସଙ୍ଗେ ଏହାକୁ ଉଠାଇ ଫିଙ୍ଗିଦେଇଥିଲେ । ମେଟା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ଏହାକୁ ଶେୟାର କରି ମେଟା ଲେଖିଛନ୍ତି, ‘ଆପଣ ସମସ୍ତଙ୍କ ପାଇଁ ଏକ ଭିଡିଓ ତିଆରି କରିବା ପାଇଁ କେଉଁ ପରିସ୍ଥିତି ଦେଇ ଗତି କରିବାକୁ ପଡୁଛି ।’ ଗତ ସପ୍ତାହରେ ଗାୟିକାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ୫ ଲକ୍ଷରୁ ଅଧିକ ଥର ଦେଖାସରିଛି ।

 

View this post on Instagram

 

A post shared by Maeta (@maetasworld)

Get real time updates directly on you device, subscribe now.