fbpx

ପ୍ରଥମ ଟେଷ୍ଟ: ଦ୍ୱିତୀୟ ଦିନର ଖେଳ ଧୋଇନେଲା ବର୍ଷା, ପଡି ପାରିଲାନି ଗୋଟିଏ ବି ବଲ୍

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବର୍ଷା ସାଜିଛି ସ୍ପଏଲସ୍ପୋର୍ଟ । ଦ୍ୱିତୀୟ ଦିନରେ କ୍ରମାଗତ ବର୍ଷା କାରଣରୁ ଗୋଟିଏ ବି ବଲ୍ ପଡି ପାରିନଥିଲା । ଦୁଇଟି ସେସନ ଯାଏଁ ଅପେକ୍ଷା କରିବା ପରେ ଶେଷରେ ଷ୍ଟମ୍ପସ ଘୋଷଣା କରାଯାଇଥିଲା । ପୂର୍ବରୁ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୨୭୨ ରନ ସଂଗ୍ରହ କରିଛି ।

ପ୍ରଥମ ଦିନରେ ରାହୁଲଙ୍କ ଶତକ ଜରିଆରେ ଭାରତ ୨୭୨ରନ କରି ୩ ୱିକେଟ ହରାଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ଶତକୀୟ ଭାଗିଦାରୀ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଉପଯୋଗୀ ଅବଦାନ ଦେଇଥିଲେ । ଦୀର୍ଘଦିନର ବ୍ୟବଧାନରେ ଓପନିଂ ସ୍ଲଟକୁ ଫେରିଥିବା କେ ଏଲ୍ ରାହୁଲ ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି । ଚମକ୍ରାର ବ୍ୟାଟିଂ ନମୂନା ଦେଖାଇବା ସହିତ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି ରାହୁଲ । ଖବର ପ୍ରସ୍ତୁତ ସୁଦ୍ଧା ରାହୁଲ ୨୪୮ ବଲ ଖେଳି ୧୨୨ ରନରେ ବ୍ୟାଟିଂ କରୁଛନ୍ତି । ତାଙ୍କ ଇନିଂସରେ ୧୬ ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଆଜିଙ୍କ୍ୟ ରାହାଣେ କିନ୍ତୁ ପ୍ରଥମ ଥର ପାଇଁ ଲୟରେ ନଜର ଆସିଥିଲେ । ରାହୁଲଙ୍କ ସହିତ ମିଶି ଇନିଂସ ସଜାଡିବା ସହିତ ୪୦ ରନରେ ଅପରାଜିତ ରହିଥିଲେ । ଖେଳ ଶେଷ ହେବା ବେଳକୁ ରାହାଣେ ୮୧ ବଲରୁ ୮ ଚୌକା ସହିତ ୪୦ ରନ କରିଥିଲେ । ଲୁଙ୍ଗି ଏନଗିଡି ସଫଳ ବୋଲର ଭାବରେ ୩ଟି ୱିକେଟ ନେଇଥିଲେ । ଏହା ସହିତ ଓପ୍ନର ଭାବରେ ସାଉଥ ଆଫ୍ରିକା ମାଟିରେ ସର୍ବାଧିକ ରନ କରିଛନ୍ତି ରାହୁଲ ।

Get real time updates directly on you device, subscribe now.