fbpx

ନାନା ପାଟୋଲେ ହେଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି

ମହାରାଷ୍ଟ୍ର,୧ା୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ପ୍ରସଙ୍ଗ ନେଇ ସର୍ବଦଳୀୟ ବୈଠକ ହୋଇଥିଲା । କଂଗ୍ରେସର ନାନାଭାଓ ପାଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି । ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଛନ୍ତି ପାଟୋଲେ । ବାଚସ୍ପତି ଦୌଡ଼ରୁ ବିଜେପି ପ୍ରାର୍ଥୀ ଓହରିବା ପରେ ନିଦ୍ୱନ୍ଦ୍ୱର୍ରେ ସେ ନିର୍ବାଚିତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବାଚସ୍ପତି ପଦ ପାଇଁ ନାଁ ପ୍ରତ୍ୟାହାର କରିଥିଲା ବିଜେପି । କାଳିଦାସ କୋଲମ୍ବକର ମହାରାଷ୍ଟ୍ର ବିଧାନସଭାର ଅସ୍ଥାୟୀ ବାଚସ୍ପତି ଭାବେ ଥିଲେ । କୋଲମ୍ବକର ମହାରାଷ୍ଟ୍ରର ବିଜେପି ବିଧାୟକ ।

Get real time updates directly on you device, subscribe now.