fbpx

୨୦୨୨ରୁ ଭାରତରେ ଆରମ୍ଭ ହେବ ୫-ଜି ସେବା: ୮ଟି ସହରରେ ଆରମ୍ଭ ହେବ ସେବା

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହେବାକୁ ଯାଉଛି ୫-ଜି ସେବା । ବିଭିନ୍ନ ମେଟ୍ରୋ ସହରରେ ଏହି ସେବା ପ୍ରଥମେ ଆରମ୍ଭ ହେବ । ୮ଟି ସହରରେ ପରୀକ୍ଷାମୂଳକ ଭାବରେ ଏହି ସେବା ଆରମ୍ଭ କରାଯିବ । ସୋମବାର ଟେଲିକମ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏପ୍ରିଲ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ମଧ୍ୟରେ ଏହି ସେବା ଆରମ୍ଭ ହେବ । ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଦିଲ୍ଲୀ, ଅହମଦାବାଦ, ହାଇଦ୍ରାବାଦ ଏବଂ ପୁଣେରେ ଏହି ସେବା ଆରମ୍ଭ ହେବ ।

ଭାରତୀ ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ଭୋଡାପୋନ ଆଇଡିଆ ପକ୍ଷରୁ ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଦିଲ୍ଲୀ, ଅହମଦାବାଦ, ହାଇଦ୍ରାବାଦ, ପୁଣେ, ଲକ୍ଷେ୍ନø, କୋଲକାତା, ଜାମନଗର ପରି ସହରରେ ଏହାର ଟ୍ରାଏଲ ଆରମ୍ଭ କରାଯାଇଛି । ଏହି ସହର ଗୁଡିକରେ ଆରମ୍ଭ ହେବା ପରେ ସମଗ୍ର ଦେଶରେ ତ୍ୱରିତ ଭାବରେ ୫-ଜି ସେବା ଆରମ୍ଭ ହେବ ବୋଲି ଟେଲିକମ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.