fbpx

(ଭିଡ଼ିଓ)କ୍ଲାସ ରୁମକୁ ମୋବାଇଲ ନେଇପାରିବେନି ଶିକ୍ଷକ, ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ

ସମ୍ବଲପୁର(ଓଡ଼ିଶା ଭାସ୍କର): ଶିକ୍ଷାର୍ଥୀଙ୍କ ସହିତ ଏଣିକି ଶିକ୍ଷକମାନେ ମଧ୍ୟ କ୍ଲାସରୁମକୁ ନେଇପାରିବେନି ମୋବାଇଲ । ସମ୍ବଲପୁରରେ ଏଣିକି କ୍ଲାସରୁମକୁ ମୋବାଇଲ ଆଣିବା ନେଇ ଶିକ୍ଷକଙ୍କ ଉପରେ କଟକଣା ଲଗାଯାଇଛି । ଏପରି କିଛି ନିର୍ଦ୍ଦେଶାନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ । ଏହି ନିର୍ଦ୍ଦେଶାନାମା ଜାନୁଆରୀ ୩ ତାରିଖରୁ ଅର୍ଥାତ୍ ସ୍କୁଲ ଖୋଲିବାଠାରୁ ଲାଗୁ ହେବ । ଜିଲ୍ଲାର ୬ଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହାଇସ୍କୁଲରେ ଏହି ନୂତନ ନିର୍ଦ୍ଦେଶାନାମା କାର୍ଯ୍ୟକାରୀ ହେବ ।

ତେବେ ପାଠ ପଢାଇବାକୁ ଯାଉଥିବାବେଳେ କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନିଜ ସାଥୀରେ ସ୍ମାର୍ଟ ଫୋନ୍ ରଖିପାରିବେ ନାହିଁ । ଏନେଇ ଏକ ନୂଆ ନିୟମ ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ । ଏହା ପଛର ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ପିଲାମାନେ ସ୍କୁଲରେ ପାଠ ପଢୁଥିବାବେଳେ କ୍ଲାସରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଫୋନ୍ ରିଂ ହେଲେ ପିଲାଙ୍କ ପାଠ ପଢାରେ ବାଧା ସୃଷ୍ଟି ହେଉଛି । ତେଣୁ ଏହାକୁ ଆଖି ଆଗରେ ରଖି ସମ୍ବଲପୁର ଜିଲ୍ଲା ଶିକ୍ଷାଅଧିକାରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯେଉଁ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଯଦି ଏହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.