ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ କରୋନା: ନିକଟରେ କରିଥିଲେ ଜର୍ସିର ପ୍ରମୋଶନ

ମୁମ୍ବାଇ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଏହାରି ଭିତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣ ଯୋଗୁ ସମସ୍ତଙ୍କ ମନରେ ଛନକା ପଶିଛି । ଏହାରି ଭିତରେ ଗୋଟିଏ ପରେ ଗୋଟିଏ ସେଲିବ୍ରିଟି କରୋନାରେ ଆକ୍ରାନ୍ତ ହେଉଛନ୍ତି । ଶନିବାର ଅଭିନେତ୍ରୀ ମୃଣାଳ ଠାକୁରଙ୍କ ନମୁନା କରୋନା ପଜିଟିଭ୍ ଆସିଛି । ଏନେଇ ମୃଣାଳ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।

ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିବା ସମ୍ପର୍କରେ ପ୍ରଶଂସକଙ୍କୁ ଅବଗତ କରାଇ ଏଥିରେ କ୍ୟାପଶନ ଲେଖିଛନ୍ତି, ‘ମୋ’ଠାରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି, କିନ୍ତୁ ମୁଁ ଭଲ ଅଛି । ମୋ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ନିଦେ୍ର୍ଧଶାବଳୀ ଅନୁସରଣ କରୁଛି’ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସମସ୍ତେ କରୋନା ଟେଷ୍ଟ କରାଇ ନିଅନ୍ତୁ । ଏହା ସହିତ ଘରେ ରୁହନ୍ତୁ, ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ ।