ମୂଳା ଖାଇଲେ ହୋଇଥାଏ ଗ୍ୟାସ୍ ସମସ୍ୟା, ଜାଣନ୍ତୁ ଏହାକୁ ଖାଇବାର ସଠିକ୍ ଉପାୟ

ଶୀତ ଋତୁରେ ମୂଳା ଏପରି ଏକ ପରିବା, ଯାହାକୁ ଲୋକମାନେ ସାଲାଡଠାରୁ ଆରମ୍ଭ କରି ତରକାରୀରେ ବ୍ୟବହାର କରନ୍ତି । ମୂଳା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢ଼ିବା ସହିତ ହଜମ ପ୍ରକ୍ରିୟା ସଠିକ୍ ଭାବରେ ଚାଲିଥାଏ । ମୂଳାର ନିୟମିତ ସେବନ ଦ୍ୱାରା କିଡନୀରୁ ନେଇ ଲିଭର ପର୍ଯ୍ୟନ୍ତ ସୁସ୍ଥ ରହିଥାଏ । ଅନେକ ଗୁଣରେ ଭରପୂର ଥିବା ମୂଳାର ଗୋଟିଏ ସମସ୍ୟା ରହିଛି । ଏହାକୁ ଖାଇଲେ ଲୋକଙ୍କ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ । ପେଟରେ ଗ୍ୟାସ ସୃଷ୍ଟି ହେଉଥିବାରୁ ଅନେକ ଲୋକ ମୂଳା ଖାଇନଥାନ୍ତି । ଯଦି ଆପଣ ଏହାକୁ ତିଆରି ଓ ଖାଇବା ପଦ୍ଧତିରେ ପରିବର୍ତ୍ତନ କରିବେ, ତେବେ ମୂଳା ଖାଇବା ପରେ ଆପଣଙ୍କର ଗ୍ୟାସ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ଏହାର ଉପାୟ…

– ମୂଳା ଖାଇବା ପାଇଁ ସଠିକ୍ ସମୟ
ଗ୍ୟାସର ସମସକ୍ରୁ ରକ୍ଷା ପାଇବା ପାଇଁ ଆପଣ ମୂଳାକୁ ଖାଲି ପେଟରେ ଖାଆନ୍ତୁନି । ଏପରି କରିବା ଦ୍ୱାରା ପେଟରେ ଗ୍ୟାସର ସମସ୍ୟା ଦେଖାଯାଏ । କେବଳ ଏତିକି ନୁହେଁ, ରାତିରେ ମଧ୍ୟ ଏହାକୁ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଏହାକୁ ରାତିରେ ଖାଆନ୍ତି, ତେବେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିପାଇଁ ମୂଳାକୁ ଆପଣ ମଧ୍ୟାହ୍ନ ଭୋଜନ ଖାଇଲେ ଭଲ । ଫଳରେ ମୂଳା ହଜମ ହେବା ପାଇଁ ଲମ୍ବା ସମୟ ପାଇଥାଏ ।

– କଳା ଲୁଣର ବ୍ୟବହାର
ଯଦି ଆପଣ ମୂଳା ସାଲାଡ ଖାଇବାକୁ ଚାହୁଁଛନ୍ତି, ତେବେ ଏଥିରେ କଳା ଲୁଣ ମିଶାଇ ଖାଆନ୍ତୁ । ଏହା କରିବା ଦ୍ୱାରା ପେଟରେ ଗ୍ୟାସର କୌଣସି ସମସ୍ୟା ହୋଇନଥାଏ ।

– ଅଜୱାଇନର ବ୍ୟବହାର
ଯଦି ଆପଣ ମୂଳା ପରଟା ତିଆରି କରୁଛନ୍ତି, ତେବେ ଆପଣ ଏହା ସହିତ ଅଜୱାଇନ୍ି ବ୍ୟବହାର କରିବା ଆବଶ୍ୟକ । ଏହା କରିବା ଦ୍ୱାରା ପେଟରେ ଗ୍ୟାସ୍ ସୃଷ୍ଟି ହୁଏ ନାହିଁ ।

– ଦହି ସହିତ
ଯଦି ଆପଣଙ୍କୁ ମୂଳାରେ ଆଲର୍ଜି ଥାଏ ଓ ସ୍କିନରେ କୁଣ୍ଡାଇ ହେଉଥାଏ ବା ପେଟରେ ଯନ୍ତ୍ରଣା ହେଉଥାଏ, ତେବେ ଆପଣ ମୂଳା ପରଟା ସହିତ ଦହି ଖାଆନ୍ତୁ । ଦହି ମୂଳାର ପ୍ରଭାବକୁ କମ୍ କରିଥାଏ, ଫଳରେ ଗ୍ୟାସ୍ ସମସ୍ୟା ହୋଇନଥାଏ ।