ପିଙ୍କ୍ ବିକିନିରେ ସମୁଦ୍ରରେ ନିଆଁ ଲଗାଇଲେ ଦିଶା, ଦେଖନ୍ତୁ ଫଟୋ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କୁ ବିଚ୍ ଖୁବ୍ ପସନ୍ଦ । ତେଣୁ କାମରୁ ଟିକେ ଫୁରସତ୍ ମିଳିଲା ମାନେ ସମୟ ବିତାଇବା ପାଇଁ କୌଣସି ନା କୌଣସି ବିଚ୍ କୁ ଚାଲିଯାଉଛନ୍ତି । ଏକଥା ଆମେ କହୁନୁ ବରଂ କହୁଛି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ୍ । ସେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହିବାକୁ ପସନ୍ଦ କରିଥାନ୍ତି । ଲଗାତର ଭାବରେ ସେ କିଛି ନା କିଛି ପୋଷ୍ଟ ନିଶ୍ଚୟ କରିଥାନ୍ତି ।

ଗତ କିଛି ଦିନ ହେଲା ଦିଶା, ବୟଫ୍ରେଣ୍ଡ ଟାଇଗର୍ ଶ୍ରଫ୍ ଙ୍କ ସହିତ ସେ ମାଲଦ୍ୱୀପରେ ପ୍ରକୃତିର ମଜା ଉଠାଉଥିଲେ । ସେ ନିଜ ଇନଷ୍ଟାଗ୍ରାମ ପେଜରେ ଖୁବ୍ ସୁନ୍ଦର ଫଟୋ ମଧ୍ୟ ଅପଲୋଡ୍ କରିଛନ୍ତି । ତାଙ୍କର ଏହି ଫଟୋ ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି । ଫ୍ୟାନ୍ସ ମାନେ ଖୁବ୍ ପ୍ରଶଂସା କରିଛନ୍ତି ।

ଦିଶା ପଟାନୀ ମାଲଦ୍ୱୀପ ଭେକେସନ୍ ରେ ଏଭଳି କିଛି ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ଦେଖିଲେ ଆପଣ ମାନେ ଶୀତ ଦିନରେ ଗରମର ବଜା ନେଇପାରିବେ । ଫଟୋରେ ଦିଶା ପିଙ୍କ ବିକିନିରେ ନଜର ଆସିଛନ୍ତି । ସମୁଦ୍ରରେ ପାଣି ଭିତରେ ପିଙ୍କ୍ ବିକିନିରେ ସେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି ।

ଫଟୋରୁ ହିଁ ଜଣାପଡ଼ୁଛି ଯେ, ତାଙ୍କୁ ବିଚରେ ପାଣିର ମଜା ନେବାକୁ କେତେ ପସନ୍ଦ । ଏହା ପୁର୍ବରୁ ମଧ୍ୟ ସେ କିଛି ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଖୁବ୍ କ୍ୟୁଟ୍ ନଜର ଆସିଥିଲେ । ସେଥିରେ ସେ ବ୍ଲୁ ଚେକ୍ ର ଓଭରସାଇଜ୍ ସାର୍ଟରେ ନଜର ଆସିଥିଲେ । କିଛି ୟୁଜର୍ ତାଙ୍କୁ ଟ୍ରୋଲ୍ କରିଥିଲେ । କହିଥିଲେ ଯେ, ଟାଇଗର୍ ଙ୍କ ସାର୍ଟ ପିନ୍ଧି ବୁଲୁଛନ୍ତି ।