ଦ୍ୱୈତ ନଗରୀ ବଢ଼ିଲା Omicron ସଙ୍କଟ, ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ

ମୁମ୍ବାଇ: ଦ୍ୱୈତ ନଗରୀ ବା ମୁମ୍ବାଇରେ କରୋନା ମାମଲା ଓ ଏହା ସହିତ ଓମିକ୍ରନ ଭାରିଆଣ୍ଟର ମାମଲା ବଢ଼ିବାରେ ଲାଗିଛି । ଗତ କିଛିଦିନ ହେବ ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଥିବାରୁ ସରକାର ଆଲର୍ଟ ହୋଇଛନ୍ତି । ମୁମ୍ବାଇରେ ମହାନଗରରେ ଜାନୁଆରୀ ୩୧ ଯାଏଁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ପ୍ରଥମରୁ ନବମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ ନେଇ ପ୍ରଶାସନ ଘୋଷଣା କରିଛି । ଏହା ସହିତ ଏକାଦଶ ଶ୍ରେଣୀ ବି ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ।

କରୋନା ସଙ୍କଟ ମଧ୍ୟରେ ଜାରି ହୋଇଥିବା ଏହି ଆଦେଶ ଅନୁସାରେ, ମୁମ୍ବାଇରେ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବନ୍ଦ କରାଯିବ ନାହିଁ । ୨ଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଯାଇ ପାଠ ପଢ଼ିପାରିବେ । ଯେଉଁ ଶ୍ରେଣୀଗୁଡ଼ିକୁ ବନ୍ଦ କରାଯାଇଛି, ସେଠାରେ ଅନଲାଇନ ମାଧ୍ୟମରେ ପାଠପଢ଼ା ହେବ । ତେବେ ମହାରାଷ୍ଟ୍ର ସମେତ ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରରେ ୧୧ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ୫୦ ଓମିକ୍ରନ ମାମଲା ରହିଛି ।