fbpx

ଋଣ ଦୁର୍ନୀତି ଅଭିଯୋଗରେ ୨ଜଣଙ୍କୁ ଗିରଫ କଲା ଇଓଡ଼ବ୍ଲୁ

ଭୁବନେଶ୍ୱର,୧ା୧୨(ଓଡ଼ିଶା ଭାସ୍କର): ସୁନ୍ଦରମ ଫାଇନାନ୍ସ ଋଣ ଜାଲିଆତି ପ୍ରଦାନ ଦୁର୍ନୀତି ଅଭିଯୋଗରେ ଆଜି ୨ଜଣଙ୍କୁ ଗିରଫ କରିଛି ଇଓଡ଼ବ୍ଲୁ । ଅଭିଯୁକ୍ତ ହେଉଛନ୍ତି ଦୁଇଭାଇ । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଋଣ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ଜାଲ କାଗଜପତ୍ରରେ ୯ଜଣଙ୍କୁ ୧.୪୩କୋଟି ଟଙ୍କା ଋଣ ଦେଇଥିବା ଅଭିଯୋଗରେ ସେମାନଙ୍କ ଉପରେ ଏହିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ଶଶିକାନ୍ତ ସାହୁ ଓ ଶ୍ରୀକାନ୍ତ ସାହୁ । ସୁନ୍ଦରମ ଫାଇନାନ୍ସ ଲିଃର ଶାଖା ପରିଚାଳକ ହେଉଛନ୍ତି ଶଶିକାନ୍ତ ସାହୁ । ସେମାନଙ୍କୁ ଗିରଫ କରିଛି ଇଓଡ଼ବ୍ଲୁ ।

Get real time updates directly on you device, subscribe now.