fbpx

ଏମାନେ ମଣିଷ ନା ପଶୁ: ସେନା ଉପରେ ପ୍ରତିଶୋଧ ନେବାକୁ ଯାଇ ୨୦୦ ନିରୀହଙ୍କୁ କରିଦେଲେ ହତ୍ୟା

ନୂଆଦିଲ୍ଲୀ: ଆଫ୍ରିକା ମହାଦେଶର ନାଇଜେରିଆରେ ପୁଣି ଥରେ ଡାକୁଙ୍କ ଆତଙ୍କ ଦେଖିବାକୁ ମିଳିଛି । ଯେତେବେଳେ ବି ନାଇଜେରିଆର ସେନା ଏହି ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ସେତେବେଳେ ପ୍ରତିଶୋଧ ପରାୟଣ ହୋଇ ଏମାନେ ସାଧାରଣ ନାଗରିକଙ୍କ ଉପରେ ବଦଲା ନିଅନ୍ତି । ନିକଟରେ ଦେଶର ଉତ୍ତର-ପଶ୍ଚିମ ରାଜ୍ୟ ଜାମ୍ଫାରାରେ ଏକ ନରସଂହାର ଦେଖିବାକୁ ମିଳିଛି । ବନ୍ଧୁକଧାରୀ ଡାକୁମାନେ ମୃତ୍ୟୁର ତାଣ୍ଡବ ରଚି ଅତି କମରେ ୨୦୦ ଲୋକଙ୍କୁ ହତ୍ୟା କରିଛନ୍ତି । ତେବେ ଅନ୍ୟପଟେ ସରକାର କହିଛନ୍ତି ଯେ, ମୋଟ ୫୮ ଜଣଙ୍କୁ ହତ୍ୟା କରାଯାଇଛି । ତେବେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଶବଗୁଡ଼ିକ ନେବା ସମୟରେ ୨୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ।

ପୂର୍ବରୁ ସେନା ଗୁସାମୀ ଜଙ୍ଗଲ ଓ ପଶ୍ଚିମ ତସମରେ ଗ୍ରାମରେ ହମଲା କରି ୧୦୦ରୁ ଅଧିକ ଡାକୁଙ୍କୁ ହତ୍ୟା କରିଥିଲା । ଏହାପରେ ୩୦୦ରୁ ଅଧିକ ବନ୍ଧୁକଧାରୀ ମୋଟରସାଇକେଲରେ ଏକତ୍ରିତ ହୋଇ ସ୍ଥାନୀୟ ଅଞ୍ଚଳର ୮ଟି ଗ୍ରାମରେ ଗୁଳି ବର୍ଷଣ କରିଚାଲିଥିଲେ । ସେଥିରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ପରେ ପୁଣି ଡାକୁମାନେ ଅଙ୍କା ଓ ବୁକୁୟୁମ ଜିଲ୍ଲାର ୧୦ଟି ଗ୍ରାମରେ ପଶି ଲୁଟପାଟ କରିବା ସହ ଜାଳିପୋଡ଼ି ଛାରଖାର କରିଦେଥିଲେ । ହତ୍ୟାକାରୀମାନେ ଯାହାକୁ ଦେଖିଲେ ତାକୁ ହତ୍ୟା କରିଥିଲେ । ୧୦ଟି ଗ୍ରାମର ୧୪୦ରୁ ଅଧିକ ଲୋକଙ୍କ ଶବ ଦାହ କରାଯାଇଥିବା ବେଳେ ଅନ୍ୟ ଶବଗୁଡ଼ିକର ତଲାସୀ ଅଭିଯାନ ଜାରି ରହିଛି ।

Get real time updates directly on you device, subscribe now.