fbpx

୪୦୦ରୁ ଅଧିକ ଟ୍ରେନକୁ ବାତିଲ କଲା ରେଳବାଇ, ବଦଳିଲା ଅନେକ ରୁଟ୍

ନୂଆଦିଲ୍ଲୀ: ଭାରତୀୟ ରେଲୱେ ପ୍ରତିଦିନ ପରି ଆଜି ଅର୍ଥାତ୍ ୧୦ ଜାନୁଆରୀ ୨୦୨୨ରେ ପ୍ରଭାବିତ ହେବାକୁ ଥିବା ଟ୍ରେନର ଲିଷ୍ଟ ଅପଡେଟ କରିଛି । ଭାରତୀୟ ରେଲୱେ ପକ୍ଷରୁ ଆଜି ୩୮୭ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଛି । ଏହା ସହିତ ୨୦ ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ଅନ୍ୟପଟେ କିଛି ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି । ଏପରି ପରିସ୍ଥିତିରେ ଯଦି ଆପଣ କିଛି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଟ୍ରେନର ଷ୍ଟାଟସ୍ ଚେକ୍ କରନ୍ତୁ ।

ତେବେ ରେଲୱେ ପ୍ରତିଦିନ ବିକାଶ କାମ, କୁହୁଡ଼ି ଓ ପାଗ ଯୋଗୁଁ ଚାଲୁଥିବା ଶହ ଶହ ଟ୍ରେନକୁ ବାତିଲ କରୁଛି । ରେଲୱେର ଅଫିସିଆଲ ୱେବସାଇଟ୍ http://enquiry.indianrail.gov.inରେ ସକାଳ ୮ଟାରେ ଦିଆଯାଇଥିବା ସୂଚନା ମୁତାବକ, ଆଜି ୩୮୭ ଟ୍ରେନକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି ଓ ୨୦ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ଏଥିରେ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର ସମେତ ବିଭିନ୍ନ ରାଜ୍ୟର ଟ୍ରେନ୍ ସାମିଲ ରହିଛି । ଏହା ବ୍ୟତୀତ ୫ଟି ଟ୍ରେନର ରୁଟ୍ ବି ପରିବର୍ତ୍ତନ କରାଯାଇଛି ଓ ଆଉ ୫ଟି ଟ୍ରେନ ମଧ୍ୟ ପୁନଃନିର୍ଦ୍ଧାରିତ ହୋଇଛି ।

ରେଲୱେର ଅଫିସିଆଲ ୱେବସାଇଟ enquiry.indianrail.gov.in ମାଧ୍ୟମରେ ଆପର ନିଜ ଟ୍ରେନ୍ ବିଷୟରେ ଚେକ୍ କରିପାରିବେ । ଏହା ବ୍ୟତୀତ NTES ମୋବାଇଲ ଆପ ଜରିଆରେ ଟ୍ରେନ୍ ବାତିଲ , ରୁଟ୍ ପରିବର୍ତ୍ତନ ଓ ରିଶେଡ୍ୟୁଲିଙ୍ଗର ସୂଚନା ହାସିଲ କରିପାରିବେ ।

Get real time updates directly on you device, subscribe now.