fbpx

(Video) ଭାରତୀୟ ଯବାନଙ୍କ ଅଦ୍ୟମ ବୀରତ୍ୱ: ମାଇନସ ୪ ଡିଗ୍ରୀ ତାପମାତ୍ରାରେ ଛିଡାହୋଇ କରୁଛନ୍ତି ଦେଶ ପାଇଁ ସେବା

ନୂଆଦିଲ୍ଳୀ: ନିଜର ଅଦମ୍ୟ ବୀରତ୍ୱ ପାଇଁ ଭାରତୀୟ ଯବାନ ପରିଚିତ । ସର୍ବଦା ନିଜର ବୀରତ୍ୱ ପାଇଁ ପ୍ରଶଂସା ସାଉଁଟୁଥିବା ଭାରତୀୟ ଯବାନଙ୍କୁ ପୁଣି ଥରେ ପ୍ରଶଂସା କରାଯାଉଛି । ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ମଧ୍ୟରେ ଜଣେ ଯବାନ କରୁଛନ୍ତି ତାଙ୍କର କର୍ତ୍ତବ୍ୟ, ଯେଉଁ ସ୍ଥାନରେ ରହିଛି -୪ ଡିଗ୍ରୀ ତାପମାତ୍ରା । ଆଉ ଏହାକୁ ଖାତିର ନକରି ଯବାନ କରୁଛନ୍ତି ତାଙ୍କର କର୍ତ୍ତବ୍ୟ । ଥରେ ଭାବନ୍ତୁ କ’ଣ ଆପଣ ଏଭଳି ସ୍ଥାନରେ ରହିପାରିବେ ଏଭଳି ସାହସ ଦେଖାଇ ।

ଘନ ତୁଷାରପାତ ଯେଉଁଠି ଦୃଶ୍ୟ ଦେଖିବା କ୍ଷମତାକୁ ପ୍ରଭାବିତ କରେ , – ୪ ଡିଗ୍ରୀର ଥଣ୍ଡା ତାପମାତ୍ରା ଯେବେ ଶରୀରକୁ ଭାଙ୍ଗିବାକୁ ଚେଷ୍ଟା କରେ। ସମୁଦ୍ରପତନ ଠାରୁ ୧୭ ହଜାର ଫୁଟ ଉପରେ ଯେବେ ଯେବେ ଖୋଲା ଆକାଶ ଆଉ ଗଦା ଗଦା ବରଫ ଜୀବନ କୁ ନିର୍ଜୀବ କରିବାକୁ ଶତ ଚେଷ୍ଟିତ ଥାଏ । ସେତେ ବେଳେ ହାତରେ ବନ୍ଧୁକ ଆଉ ଶରୀରରେ ନିଜ ଓଜନ ଠାରୁ ଏକ ତୃତୀୟାଂଶ ଅଧିକ ଓଜନ ବୋହି, ଚଟାଣ ପରି ଠିଆ ହୋଇଥାଏ ବୀର ଯବାନ। ସବୁ ଆଡ଼େ ଘୁରି ବୁଲୁଛି ଏହି ଭିଡିଓ । ହିମ ଝଡ଼ ରେ ବରଫ ମୋଟା ଆସ୍ତରଣ ରେ ଠିଆ ହୋଇ ଦେଶର ସେବାରେ ଲାଗିଛନ୍ତି ବୀର ଯବାନ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.