fbpx

ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ସପାରେ ସାମିଲ

ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ପୂର୍ବରୁ ଘନେଇଛି ରାଜନୀତି । ନିର୍ବାଚନ ପୂର୍ବରୁ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ଏହା ପରେ ସେ ସମାଜବାଦୀ ପାଟି ବା ସପାରେ ସାମିଲ ହୋଇଛନ୍ତି । କ୍ୟାବିନେଟରୁ ସ୍ୱାମୀଙ୍କ ଇସ୍ତଫା ଯୋଗୁଁ ବିଜେପିକୁ ବଡ଼ ଝଟକା ଲାଗିଛି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ପୂର୍ବରୁ ବହୁଜନ ସମାଜ ପାଟିରେ ଥିଲେ । ତାଙ୍କୁ ବିଏସପି ସୁପ୍ରିମୋ ମାୟାବତୀଙ୍କ ଡାହାଣ ହାତ ବୋଲି କୁହାଯାଉଥିଲା ।

ତେବେ ଟ୍ୱିଟ୍ ଜରିଆରେ ଇସ୍ତଫାକୁ ନେଇ ସୂଚନା ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଦଳିତ, ପଛୁଆ, କୃଷକ, ବେକାର ଯୁବକ ଓ କ୍ଷୁଦ୍ର ଚାଷୀ ଓ ମଧ୍ୟମ ବ୍ୟବସାୟୀଙ୍କ ପ୍ରତି ଘୋର ଅବହେଳିତ ମନୋଭାବ ହେତୁ ମୁଁ ଉତ୍ତରପ୍ରଦେଶର ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଉଛି ।’

Get real time updates directly on you device, subscribe now.