fbpx

ସିଲ୍ ହେଲା ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟ, ୨୨ ଦିନ ପୂର୍ବରୁ ହୋଇଥିଲା ଶୁଭାରମ୍ଭ

ହରିୟାଣା,୯ ।୩: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟ ‘ହି ମ୍ୟାନ୍’କୁ ସିଲ୍ କରିଛି କର୍ଣ୍ଣଲ ମ୍ୟୁନିସିପାଲିଟି କର୍ପୋରେସନ । ବେଆଇନ୍ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ରେଷ୍ଟୁରାଣ୍ଟକୁ ସିଲ୍ କରିଛି ନଗର ନିଗମ । ପୋଲିସର କହିବା ମୁତାବକ, ଜାତୀୟ ରାଜପଥ ୪୪ରେ ଥିବା ଫ୍ରାଞ୍ଚାଇଜି ଦିଲ୍ଲୀର ବ୍ୟବସାୟୀ ପ୍ରମୋଦ କୁମାରକୁ ଦିଆଯାଇଛି । କିନ୍ତୁ ଧର୍ମେନ୍ଦ୍ର ଗତ ଫେବ୍ରୁଆରି ୧୪ ତାରିଖରେ ସେଠାରେ ଏକ ରେଷ୍ଟୁରାଣ୍ଟର ଶୁଭାରମ୍ଭ କରିଥିଲେ । ତେବେ ନିଗମ ପକ୍ଷରୁ ‘ହି ମ୍ୟାନ’ ଢାବାର ଗେଟରେ ନୋଟିସ୍ ମରାଯିବା ସହ ସେଠାରେ ଉପସ୍ଥିତ ଥିବା ଷ୍ଟାଫ୍ ଏବଂ ଗ୍ରାହକଙ୍କୁ ବାହାରକୁ ବାହାର କରାଯାଇଥିଲା । ହୋଟେଲ ସିଲ୍ ହେବା ପରେ ଧର୍ମେନ୍ଦ୍ର ଓ ତାଙ୍କ ପ୍ରଂଶସକମାନଙ୍କୁ ଶକ୍ତ ଝଟକା ଲାଗିଛି ।

Get real time updates directly on you device, subscribe now.