fbpx

ଲକ୍ଷଣ ନଥିଲେ ଟେଷ୍ଟିଂର ଆବଶ୍ୟକତା ନାହିଁ; କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କୋଭିଡ୍ କୁ ନେଇ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏହା ଅନୁଯାୟୀ, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବି ଲକ୍ଷଣ ନଥିଲେ ଟେଷ୍ଟିଂ ଆବଶ୍ୟକ ନାହିଁ । ଏନେଇ ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି । ସେ କହିଛନ୍ତି ଯେ, ଆଜିସୁଦ୍ଧା ୬୧ ହଜାର ପଜିଟିଭଙ୍କ ମଧ୍ୟରୁ ଶହେ ଜଣ ହସ୍ପିଟାଲାଇଜେସନ୍ ହେଉଛନ୍ତି । ସେହିପରି ଆଇସିୟୁରେ ଅଛନ୍ତି ୩୦୦ ଜଣ ଆକ୍ରାନ୍ତ ଓ ୨ ପ୍ରତିଶତରୁ କମ୍ ହସ୍ପିଟାଲାଇଜେସନ୍ ହୋଇଛନ୍ତି । ତେବେ ଲକ୍ଷଣ ଥିଲେ ବୃଦ୍ଧ ବ୍ୟକ୍ତି ମଧ୍ୟ ଆଇସୋଲେସନ୍ ରେ ରହିବେ । ଏହାସହିତ ଅନାବଶ୍ୟକ ମେଡିସିନ୍ ବ୍ୟବହାର ନ କରିବାକୁ ଜନସ୍ୱାସ୍ଥ୍ୟ ନିଦ୍ଦେର୍ଶକ ପରାମର୍ଶ ଦେଇଛନ୍ତି । ଭାଇରାଲ୍ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ୍ ଦରକାର ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.