fbpx

୧୦ ବର୍ଷ ବୟସରେ ୨ଟି କମ୍ପାନୀର ମାଲିକାଣୀ ହୋଇ କୋଟି-କୋଟି ଟଙ୍କା ରୋଜଗାର କରୁଛନ୍ତି ପିକ୍ସି, ୧୫ ବର୍ଷରେ ହେବେ ରିଟାୟାର୍ଟ

ନୂଆଦିଲ୍ଲୀ: ଯେଉଁ ବୟସରେ ପିଲାମାନେ ଖେଳାବୁଲା କରିଥାନ୍ତି ସେହି ବୟସରେ ଅଷ୍ଟ୍ରେଲିୟାର ପିକ୍ସି କାର୍ଟିସ୍ ଦୁଇଟି ଦୁଇଟି କମ୍ପାନିର ମାଲିକାଣୀ ଚଳାଉଛନ୍ତି । ଖୁବ୍ କମ୍ ବୟସରୁ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ସବୁଠାରୁ ଖାସ୍ କଥା ହେଉଛି ସେ ସାବାଳିକା ହେବା ପୂର୍ବରୁ ହିଁ ରିଟାୟାର୍ଡ ହେବେ ବୋଲି ସ୍ଥିର କରିଛନ୍ତି । ସୋସିଆଲ୍ ମିଡିଆରେ ପିକ୍ସି ଏବେ ଚର୍ଚ୍ଚାରେ ରହିଛନ୍ତି ।

ରିପୋର୍ଟ ଅନୁସାରେ, କାର୍ଟିସ୍ ୧୦ ବର୍ଷ ବୟସରେ ଏକ ଖେଳନା କମ୍ପାନୀ ସ୍ଥାପିତ କରିଥିଲେ । ଯେଉଁଥିରୁ ତାଙ୍କର ମୋଟାଅଙ୍କର ରୋଜଗାର ହେଉଥିଲା । ସେ ଏବେ ପ୍ରାଇମେରୀ ସ୍କୁଲରେ ପଢ଼ୁଛନ୍ତି । ଗତବର୍ଷ ପିକ୍ସି ନିଜର ଏକ ଖେଳନା କମ୍ପାନୀ ଖୋଲିଥିଲେ । ଯାହାର ନାମ ରଖିଥିଲେ ପିକ୍ସିସ୍ ଫିଜେଟ୍ସ । କମ୍ପାନୀ ଖୋଲିବାରେ ପିକ୍ସିର ମାଆ ତାକୁ ସାହାୟ୍ୟ କରିଥିଲେ । ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଯେ, କମ୍ପାନୀ ଖୋଲିବାର ୪୮ଘଣ୍ଟା ମଧ୍ୟରେ ସବୁ ଖେଳନା ବିକ୍ରି ହୋଇଯାଇଥିଲା ।

ଏହା ବ୍ୟତୀତ ପିକ୍ସିର ଏକ ହେୟାର୍ ଆସେସୋରିଜ୍ ବିଜନେସ୍ ମଧ୍ୟ ରହିଛି । ଯାହାକୁ ପିକ୍ସିର ମାଆ ସ୍ଥାପନା କରିଥିଲେ । ଦୁଇଟି କମ୍ପାନୀରୁ ପିକ୍ସିର ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେଉଛି । ପିଲାଙ୍କ ଖେଳନା ସହିତ ଛୋଟ ପିଲାଙ୍କ ଆସେସୋରିଜ୍ ବିକ୍ରି କରୁଛନ୍ତି ପିକ୍ସି । ଦୁଇଟି କମ୍ପାନୀ ପିକ୍ସିଜ୍ ପିକ୍ସ ଦ୍ୱାରା ପରିଚାଳିତ ହେଉଛି ।

୧୦ ବର୍ଷ ବୟସରେ କମ୍ପାନୀ ଚଳାଉଥିବା ପିକ୍ସିର ମାଆ କହିଛନ୍ତି ଯେ, ସେ ୧୫ ବର୍ଷ ବୟସରେ ରିଟାୟାର୍ଡ ହୋଇପାରେ । ତେବେ ପିକ୍ସିର ମାଆ ଜଣେ ସଫଳ ବ୍ୟବସାୟୀ । ସେ ମଧ୍ୟ ନିଜର ଏକ କମ୍ପାନୀ ସ୍ୱିଟି ବେଟି ପିଆର୍ ଚଳାଉଛନ୍ତି । ଏହା ଅଷ୍ଟ୍ରେଲିୟାର ଏକ ଜଣାଶୁଣା ପବ୍ଲିକ୍ ରିଲେସନ୍ କମ୍ପାନୀ । ତେବେ ଏତେ ଛୋଟରୁ ଦୁଇଟି କମ୍ପାନୀର ମାଲିକାଣୀ ହୋଇପାରିଥିବାରୁ ପିକ୍ସିର ଲୋକପ୍ରିୟତା ସୋସିଆଲ୍ ମିଡିଆରେ ବଢ଼ିଚାଲିଛି । ଇନଷ୍ଟାଗ୍ରାମରେ ତାର ଫଲୋୟର୍ସ ସଂଖ୍ୟା ୧ ମିଲିୟନ୍ ରୁ ଅଧିକ ।

Get real time updates directly on you device, subscribe now.