fbpx

ସଙ୍କଟରେ ମଧ୍ୟପ୍ରଦେଶର କମଲନାଥ ସରକାର

ଭୋପାଳ, ୧୦ା୩: ମଧ୍ୟପ୍ରଦେଶ ସରକାରରେ ସଙ୍କଟ ଦେଖାଦେଇଛି । ଗାଦି ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରୟାସ କରୁଛନ୍ତି । କାରଣ ମଧ୍ୟରାତ୍ରିରେ କମଲନାଥଙ୍କ ବାସଭବନରେ ଏକ ବୈଠକ ପରେ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି । କମଲନାଥ ଓ ସିନ୍ଧିଆଙ୍କ ମତଭେଦରୁ ଏହିପରି ସଙ୍କଟ ଦେଖାଦେଇଥିବା ଜଣାପଡ଼ିଛି । କାରଣ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ଥିବା ୬ଜଣ ମନ୍ତ୍ରୀଙ୍କ ସମେତ ୧୭ ଜଣ ବିଧାୟକ ବେଙ୍ଗାଲୁରୁରେ ଚାଲି ଯାଇଥିବା ସୂଚନା ମିଳିଛି । ଏନେଇ ଆଜି ଅପରାହ୍ନଟରେ କଂଗ୍ରେସ ଦଳ ବୈଠକ ବସିବ ବୋଲି ଜଣାପଡ଼ିଛି । ଏହାସହ କଂଗ୍ରେସ ବିଦ୍ରୋହୀ ବିଧାୟକ ପ୍ରେସମିଟ କରିପାରନ୍ତି ବୋଲି ସୂଚନା ରହିଛି ।ଭୋପାଳରେ ସନ୍ଧ୍ୟା ୭ଟାରେ ବିଜେପି ବିଧାୟକ ଦଳ ବୈଠକ ବସିବ ।

Get real time updates directly on you device, subscribe now.