fbpx

ହୋଲିରେ ଅଘଟଣ, ୩ମୃତ ଓ ୧ନିଖୋଜ

ଜୟପୁର, ୧୦ା୩: ପ୍ରତିବର୍ଷ ପବିତ୍ର ହୋଲି ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଆଜି ହୋଲି ପାଳନ କରାଯାଉଛି । ପବିତ୍ର ହୋଲିରେ ରାୟଗଡ଼ ଜିଲ୍ଲା ସ୍ଥିତ ପଦ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଥିବା ବଡ଼ନାଳରେ ବୁଡ଼ିଯାଇ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ହୋଇଥିବା ସୂଚନା ମିଳିଛି । ନିଖୋଜ ଥିବା ଜଣଙ୍କୁ ଦମକଳ ବାହିନୀ କର୍ମଚାରୀ ଖୋଜୁଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ୪ଜଣ ହୋଲି ଖେଳି ଗାଧେଇବାକୁ ଯାଇଥିବା ବେଳେ ଏହିପରି ଅଘଟଣ ଘଟିଛି ।

Get real time updates directly on you device, subscribe now.