fbpx

ହଜିଯାଇଛି କି ରାସନ କାର୍ଡ, ତାପରେ ବି ମିଳିବ ରାସନ! ଏହି ଉପାୟରେ ତିଆରି କରନ୍ତୁ ଡୁପ୍ଲିକେଟ୍ କାର୍ଡ

ନୂଆଦିଲ୍ଲୀ: ରାସନ କାର୍ଡଧାରକଙ୍କ ପାଇଁ କାମର ଖବର । ବର୍ତ୍ତମାନ ସମୟରେ ଗରିବ ଲୋକ ତଥା ମଧ୍ୟବିତ୍ତଙ୍କ ପାଇଁ ରାସନ କାର୍ଡ ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଲଟିଯାଇଛି । ଏହା ମାଧ୍ୟମରେ ଲୋକମାନେ ଫ୍ରୀ ରାସନ ପାଇପାରୁଛନ୍ତି । ଆଧାର କାର୍ଡ, ପାନ୍ କାର୍ଡ ଓ ଅନ୍ୟାନ୍ୟ ଜରୁରୀ ଦସ୍ତାବିଜ୍ ପରି ରାସନ କାର୍ଡ ମଧ୍ୟ ଜରୁରୀ । ଅନେକ ସ୍ଥାନରେ ଏହାକୁ ଆଇଡି ପ୍ରୁଫ୍ ଆକାରରେ ମଧ୍ୟ ଧରାଯାଇଥାଏ ।

ତେବେ ଏଭଳି ପରିସ୍ଥିତିରେ ଯଦି କୌଣସି କାରଣରୁ ରାସନ କାର୍ଡ ହଜିଯାଏ ତେବେ ଆପଣ ଚିନ୍ତା କରିବା ଆଦୌ ଦରକାର ନାହିଁ । ଯଦି କୌଣସି କାରଣରୁ ରାସନ କାର୍ଡ ହଜିଯାଇଛି ତେବେ ଖୁବ୍ ସହଜ ଓ ସରଳ ଉପାୟରେ ଡୁପ୍ଲିକେଟ୍ କାର୍ଡ ତିଆରି କରିପାରିବେ । ତାହେଲେ ଚାଲନ୍ତୁ ଜାଣିବା କଣ ରହିଛି ପ୍ରକ୍ରିୟା:

ଅନଲାଇନ୍ ରେ ଏପରି କରନ୍ତି ଡୁପ୍ଲିକେଟ୍ ରାସନ କାର୍ଡ:

୧. ସର୍ବପ୍ରଥମେ ନିଜ ରାଜ୍ୟର ଖାଦ୍ୟ ବିଭାଗର ଅଫିସିଆଲ୍ ସାଇଟ୍ କୁ ଯାଆନ୍ତୁ ।

୨. ହୋମ୍ ପେଜ୍ ଖୋଲିବା ପରେ ଡୁପ୍ଲିକେଟ୍ ରାସନ କାର୍ଡ ଆବେଦନ କରିବାକୁ ଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

୩. ଏବେ ସ୍କ୍ରିନ୍ ରେ ଅନଲାଇନ୍ ଫର୍ମ ଖୋଲିଯିବ । ସେଠାରେ ଦିଆଯାଇଥିବା ମହତ୍ତ୍ୱପୂର୍ଣ୍ଣ ତଥ୍ୟ ସବୁକୁ ଭରନ୍ତୁ ।

୪. ଏବେ ମଗାଯାଇଥିବା ଡକ୍ୟୁମେଣ୍ଟକୁ ଅପଲୋଡ୍ କରନ୍ତୁ ଓ ସବମିଟ୍ କରନ୍ତୁ ।

୫. ଏପରି ଭାବେ ଡୁପ୍ଲିକେଟ୍ ରାସନ କାର୍ଡ ପାଇଁ ଆବେଦନ କରିବେ ।

ଅଫଲାଇନ୍ ରେ ଏପରି କରନ୍ତି ଡୁପ୍ଲିକେଟ୍ ରାସନ କାର୍ଡ:

୧. ଅଫଲାଇନ୍ ରେ ଡୁପ୍ଲିକେଟ୍ ରାସନ କାର୍ଡ ଆବେଦନ କରିବା ପାଇଁ ଜିଲ୍ଲା ଖାଦ୍ୟ ନିୟନ୍ତ୍ରକ ଅଫିସ୍ କୁ ଯାଆନ୍ତୁ ।

୨. ଏଥିପାଇଁ ପରିବାର ସଦସ୍ୟଙ୍କ ପାସ୍ ସାଇଜ୍ ଫଟୋ ଦରକାର ପଡ଼ିବ । ଡୁପ୍ଲିକେଟ୍ ରାସନ କାର୍ଡ ଫର୍ମ ନିଅନ୍ତୁ ।

୩. ଫର୍ମ ଭରିବା ପରେ ଆପଣଙ୍କୁ ଡିପୋ ହୋଲ୍ଡର୍ ରିପୋର୍ଟ, ପେନାଲ୍ଟି ଫିସ୍ ର ଦୁଇଟି ରସିଦ୍ ବ୍ୟତୀତ ପରିବାରର ପ୍ରତିଟି ସମସ୍ୟଙ୍କ ଫଟୋ ସବମିଟ୍ କରନ୍ତୁ ।

୪. ଭେରିଫିକସେନ୍ ହେବା ପରେ ଏସମ୍ପର୍କରେ ସୂଚନା ଦିଆଯିବ ଓ ଡୁପ୍ଲିକେଟ୍ ରାସନ କାର୍ଡ ମିଳିଯିବ ।

 

Get real time updates directly on you device, subscribe now.