fbpx

କର୍ମଚାରୀ ହେବେ ମାଲାମାଲ୍! ଏହି ମାସରେ ଦରମା ବଢ଼ିବା ସହିତ ହୋଇପାରେ ଏହି ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଏହି ମାସରେ ପୁଣି ଖୁସିଖବର ମିଳିପାରେ । ମୋଦୀ ସରକାର ପୁଣି ନିଜ କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି । ସୂଚନା ଅନୁସାରେ, ଏହି ମାସର ଶେଷ ସପ୍ତାହରେ ଡିଏ ବୃଦ୍ଧି ସହିତ ଏଚଆରଏ ବୃଦ୍ଧିର ଘୋଷଣା ହୋଇପାରେ । ଏହା ପୂର୍ବରୁ ଦୀପାବଳୀ ପୂର୍ବରୁ ମୋଦୀ ସରକାର ମହଙ୍ଗା ଭତ୍ତା ବା ଡିଏରେ ୩ ପ୍ରତିଶତ ବୃଦ୍ଧି କରିଥିଲେ । ପୁଣି ଥରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଖୁସି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସରକାର ଡିଏ ସହିତ ଘର ଭଡ଼ା ଭତ୍ତା ବା ଏଚଆରଏ ବଢ଼ାଇବାକୁ ଯୋଜନା କରୁଛନ୍ତି ।

ତେବେ ୧୧.୫୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଏଚଆରଏକୁ ଲାଗୁ କରିବାକୁ ଅର୍ଥ ମନ୍ତ୍ରଣାଳୟ ଯୋଜନା ଚଲାଇଛି । ଏହି ପ୍ରସ୍ତାବକୁ ମଞ୍ଜୁରୀ ପାଇଁ ରେଲୱେ ବୋର୍ଡ ପାଖକୁ ବି ପ୍ରସ୍ତାବ ପଠାଯାଇଥିଲା । ଯଦି ଏହି ପ୍ରସ୍ତାବକୁ ମଞ୍ଜରୀ ମିଳେ, ତେବେ କର୍ମଚାରୀଙ୍କୁ ଏଚଆରଏ ମିଳିଯିବ ।

Get real time updates directly on you device, subscribe now.