fbpx

ପାଣି ବୋତଲ ଦାମରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଦେଶ ତଥା ବିଶ୍ୱର ଲୋକମାନେ ତେଲର ଦରଦାମ୍ ବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି । ଗୋଟିଏ ଲିଟର ପେଟ୍ରୋଲ ପାଇଁ ଅଧିକ ଟଙ୍କା ଦେବାକୁ ପଡୁଛି । ଏଭଳି ପରିସ୍ଥିତିରେ ଲୋକମାନେ ଗାଡ଼ି ଚଳାଇବା ପୂର୍ବ ଅପେକ୍ଷା କମ୍ କରିଛନ୍ତି । ଅନ୍ୟପଟେ କୁଏତ୍ ଏଭଳି ଏକ ଦେଶ, ଯେଉଁଠାରେ ପେଟ୍ରୋଲର ଦାମ୍ ପାଣିର ଏକ ଲିଟର ବୋତଲ ସହିତ ସମାନ । ସେଠାରେ ଏକ ଲିଟର ପେଟ୍ରୋଲର ଦାମ୍ ୨୫ରୁ ୨୬ ଟଙ୍କା । ବିଶ୍ୱର ସବୁଠାରୁ ଧନୀ ଦେଶ ମଧ୍ୟରେ କୁଏତ୍ ଥିବା ବେଳେ ତୈଳ ରପ୍ତାନୀରେ ମଧ୍ୟ ଚତୁର୍ଥ ସ୍ଥାନରେ ରହିଛି ।

कुवैत: हमारे यहां महंगा है पेट्रोल, यहां मिल रहा पानी की बोतल की कीमत के बराबर!

ତେବେ କୁଏତି ଦିନାର ସେଠାକାର ସରକାରୀ ମୁଦ୍ରା । କୁଏତୀ ଦିନାରକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମୁଦ୍ରା ଭାବେ ବିବେଚନା କରାଯାଏ । ୧ କୁଏତି ଦିନାର ୨୪୬ ଭାରତୀୟ ଟଙ୍କା ସହିତ ସମାନ । ମିଡିଲ-ଇଷ୍ଟରେ ତୈଳ ସମ୍ବନ୍ଧୀୟ ବାଣିଜ୍ୟରେ ଏହା ବହୁଳ ଭାବେ ବ୍ୟବହୃତ ହୋଇଥାଏ । ସେଠାରେ ଜନସଂଖ୍ୟା ପ୍ରାୟ ୩୦ ଲକ୍ଷ । ସେମାନଙ୍କ ମଧ୍ୟରେ ଅଧିକାଂଶ ପ୍ରବାସୀ ବୋଲି ଜଣାପଡିଛି । ତୈଳ ଭଣ୍ଡାର ମାମଲାରେ କୁଏତ ପଞ୍ଚମ ବୃହତ୍ତର ଦେଶ । ସେଠାରେ ଥିବା ସବୁଠାରୁ ବଡ଼ ମସଜିଦ ୪୫ ହଜାର ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହୋଇଛି । ପ୍ରାୟ ୧୧ ହଜାର ଲୋକ ଏଠାରେ ଏକାସାଙ୍ଗରେ ନମାଜ ପଢ଼ିପାରିବେ ।

Get real time updates directly on you device, subscribe now.