ଆଗାମୀ ସପ୍ତାହରୁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ, ସରକାର କହିଲେ-ଶିଖରରେ ପହଞ୍ଚିଲା ଓମିକ୍ରନ: ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ: ଓମିକ୍ରନ ଭାରିଆଣ୍ଟ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଇଂଲଣ୍ଡରେ ଆଗାମୀ ସପ୍ତାହରୁ ଲୋକଙ୍କୁ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ । ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ବୁଧବାର ଦିନ କୋଭିଡ ସମ୍ବନ୍ଧିତ ନିୟମରେ କୋହଳ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବୈଜ୍ଞାନିକଙ୍କ ମତରେ ନୂଆ ଓମିକ୍ରନ ଭାରିଆଣ୍ଟର ଲହର ସାରା ଦେଶରେ ଶିଖରରେ ପହଞ୍ଚି ସାରିଛି । ଏହି ସମୟରେ ସେଲ୍ଫ-ଆଇସୋଲେସର ପାଇଁ ଜାରି କରାଯାଇଥିବା କଡ଼ା ନିୟମକୁ ପୁଣି ଲାଗୁ କରିବାର ସମ୍ଭାବନା କମ୍ ରହିଛି । ବର୍ତ୍ତମାନ ସେଲ୍ଫ ଆଇସୋଲେସନ ନିୟମ ମାର୍ଚ୍ଚରେ ଶେଷ ହୋଇଯିବ ।

ଏହାପୂର୍ବରୁ ହାଉସ ଅଫ୍ କମନ୍ସରେ ସାଂସଦମାନଙ୍କୁ ଦେଇଥିବା ବିବୃତ୍ତରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନାଇଟ୍ କ୍ଲବ ଓ ବଡ଼ ବଡ଼ ଇଭେଣ୍ଟରେ ଏଣ୍ଟ୍ରି ପାଇଁ କୋଭିଡ ପାସପୋର୍ଟର ଆବଶ୍ୟକତା ଶେଷ ହୋଇଯିବ । କିନ୍ତୁ ସଂସ୍ଥା ଚାହିଁଲେ ଏନଏଚଏସ କୋଭିଡ ପାସର ବ୍ୟବହାର କରିପାରିବେ । ଲୋକଙ୍କୁ ଘରୁ କାମ କରିବାର ପରାମର୍ଶ ଦିଆଯିବ ନାହିଁ । ଫେସ୍ ମାସ୍କ ଆବଶ୍ୟକତା ନାହିଁ, କିନ୍ତୁ ଲୋକମାନେ ବନ୍ଦ ବା ଜନଗହଳି ସ୍ଥାନରେ ମୁହଁ ଘୋଡାଇବାକୁ ପରାମର୍ଶ ିଦଆଯାଇଛି । ଏହା ବ୍ୟତୀତ ଗୁରୁବାରଠାରୁ ମାଧ୍ୟମିକ ବିଦ୍ୟାଳୟର ପିଲାମାନଙ୍କୁ କ୍ଲାସରେ ମାସ୍କ ପିନ୍ଧିବାକୁ ପଡିବ ନାହିଁ । ଏହା ବ୍ୟତୀତ ଆଗାମୀ ଦିନରେ ଯାତ୍ରା ନିୟମ ଓ ଇଂଲଣ୍ଡରେ କେୟାର ହୋମ ଭିଜିଟ୍ କୁ ନେଇ ଜାରି ହୋଇଥିବା କଟକଣାକୁ ବି କୋହଳ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ।