fbpx

ବଡ଼ ଖବର: ଚାକିରିଆଙ୍କୁ ମିଳିବ ୫ ଲକ୍ଷ ଯାଏଁ EPF ରିହାତି, ବଜେଟରେ ଆସିବ ବିଲ୍

ନୂଆଦିଲ୍ଳୀ: ଚାକିରିଆଙ୍କ ପାଇଁ ଖୁସି ଖବର । ଇପିଏଫ୍ ଜମା ଉପରେ ମିଳିବାକୁ ଯାଉଛି ବଡ ରିହାତି । ୫ ଲକ୍ଷ ଟଙ୍କା ଯାଏଁ ଇପିଏଫ୍ ଜମା ଉପରେ ଆୟକର ରିହାତି ପ୍ରଦାନ କରାଯିବ । ପୂର୍ବରୁ ସରକାରୀ ଚାକିରିଆଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିବା ବେଳେ ସାଧାରଣ କର୍ମଚାରୀଙ୍କୁ ଏହି ସୁବିଧା ମିଳୁନଥିଲା । ବର୍ତ୍ତମାନ ସାଧାରଣ ଚାକିରିଆଙ୍କୁ ଏହି ସୁବିଧା ପ୍ରଦାନ କରାଯିବାର ସମ୍ଭାବନା ରହିଛି । ଆସନ୍ତା ବଜେଟ୍ ସେସନରେ ସରକାର ଏହି ବିଲ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି ।

ପୂର୍ବରୁ ଅଢେଇ ଲକ୍ଷର ଜମା ଉପରେ କୌଣସି ଟିକସ ଦେବାକୁ ପଡୁନଥିଲା । ଅଢେଇ ଲକ୍ଷରୁ ଅଧିକ ଜମା ଉପରେ ଆୟକର ଟିକସ ଦେବାକୁ ପଡୁଥିଲା । ତେବେ ସରକାରୀ ଚାକିରିଆଙ୍କ ପାଇଁ ଏହି ଜମା ୫ ଲକ୍ଷ ରଖା ଯାଇଥିଲା । ତେବେ ଏହି ନିୟମକୁ ପରିବର୍ତ୍ତନ କରାଯିବା ସହିତ ଆଗାମୀ ଦିନରେ ସାଧାରଣ ଚାକିରିଆଙ୍କୁ ମଧ୍ୟ ୫ ଲକ୍ଷ ବ୍ରାକେଟରେ ସାମିଲ କରାଯିବାର ସମ୍ଭାବନା ରହିଛି । ପୂର୍ବରୁ କେବଳ ଅଧିକ ଦରମା ହାସଲ କରୁଥିବା ସରକାରୀ କର୍ମଚାରୀ ଏହି ଯୋଜନାର ଫାଇଦା ଉଠାଉଥିଲା । ତେବେ ସରକାରଙ୍କ ଏହି ଯୋଜନା ଦ୍ୱାରା ସାଧାରଣ ଚାକିରିଆ ମାନେ ମଧ୍ୟ ସାମିଲ ହୋଇ ପାରିବେ ।

ଉଲ୍ଲେଖଯୋଗ୍ୟ ଯେ, ବିଗତ ବର୍ଷେ ତଳେ ସରକାର ପିଏଫ୍ ନିୟମରେ ପରିବର୍ତ୍ତନ କରିଥିଲେ । ପୂର୍ବରୁ ୨.୫ ଲକ୍ଷ ଆୟକୁ ଆୟକର ପରିସୀମାରେ ରଖାଯାଇଥିଲା । ତେବେ ଏହି ନିୟମରେ ପରିବର୍ତ୍ତନ କରିବା ସହିତ ଏହାକୁ ୫ ଲକ୍ଷକୁ ବଢାଇ ଦିଆଯାଇଥିଲା । ତେବେ ପିଏଫରେ ମିଳୁଥିବା ରିହାତି କେବଳ ସରକାରୀ କର୍ମଚାରୀ ଏବଂ ବୟସ୍କ ବ୍ୟକ୍ତିଙ୍କୁ ମିଳୁଥିଲା । ଏହି ନିୟମକୁ ପରିବର୍ତ୍ତନ କରିବା ପାଇଁ ଦାବି କରାଯାଉଥିଲା । ସରକାର ଏହାକୁ ପରିବର୍ତ୍ତନ କରିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା କୁହାଯାଉଛି ।

Get real time updates directly on you device, subscribe now.