fbpx

ଆଜି-କାଲି ପ୍ରବଳ ଛେଚିବ ବର୍ଷା, ଶୀତର ପ୍ରକେପ କମିବ

ଭୁବନେଶ୍ୱର (ଓଡିଶା ଭାସ୍କର) : ଆଜି -କାଲି ରାଜ୍ୟରେ ପ୍ରବଳ ବର୍ଷିବ । ଆସନ୍ତା ୪୮ ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ଅନ୍ୟ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ସମ୍ଭାବନା ରହିଛି । ସେହିପରି ମଙ୍ଗଳବାର ଦିନ ମଧ୍ୟ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗ ସୂଚନା ମୁତାବିକ, ରବିବାର ବାଲେଶ୍ୱର, ଚାନ୍ଦବାଲି, ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ ସୋନପୁରରେ ସ୍ୱଳ୍ପ ବର୍ଷା ହୋଇଛି । ବାଲେଶ୍ୱରରେ ୧.୬ମିଲିମିଟର, ବାରିପଦାରେ ୧.୨, ଝାରସୁଗୁଡ଼ାରେ ୧.୨, କେନ୍ଦୁଝରରେ ୫, ସୁନ୍ଦରଗଡ଼ରେ ୩ ଓ ସୋନପୁରରେ ୨.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଆଉ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏବେ ଶୀତ କମିଛି ।

Get real time updates directly on you device, subscribe now.