fbpx

ନବରଙ୍ଗପୁରରେ ପାଳିତ ହୋଇଛି ୭୩ତମ ଗଣତନ୍ତ୍ର ଦିବସ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସମସ୍ତ ଅନୁଷ୍ଠାନ ଯଥା ସାମ୍ୱାଦିକ ସଂଘ, ବ୍ଲକ ପରିସର, ପୋଲିସ ଷ୍ଟେସନ, କୋର୍ଟ, ବିଦ୍ୟାଳୟ, ଯୁବକ ସଂଘପକ୍ଷରୁ, ମେଡିକାଲ୍ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ କୋଭିଡ କଟକଣାକୁ ନଜରରେ ରଖି ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ଜିଲ୍ଲା ସାମ୍ବାଦିକ କାର୍ଯ୍ୟାଳୟ ଠାରେ ସଙ୍ଘର ବରିଷ୍ଠ ସାମ୍ୱାଦିକ କିରଣ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରାସାଦ ବଳ ପତାକା ଉତ୍ତୋଳନ କରିଥଲେ। ସେହିପରି ପୋଲିସ ଷ୍ଟେସନରେ ଆଇଆଇସି ଟଙ୍କ ଗିରି ଭୋଇ, ପତାକା ଉତ୍ତୋଳନ କରିଛନ୍ତି ।

ସାମ୍ୱାଦିକ ସଂଘ ପକ୍ଷରୁ ସଂଘର ସଭାପତି ଭବାନୀ ନାୟକ, ସମ୍ପାଦିକ ଲଲିତ ମୋହନ ନାୟକଙ୍କ ସମେତ ଅମିୟ କୁମାର ମହାପାତ୍ର, ମୋନୋଜ ରାଜପୁତ, ବିଶ୍ୱଜିତ୍ ମହାରଣା, ରାଜେଶ ସିଂ ତଥା ସଙ୍ଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସେହିପରି ବ୍ଲକ ପରିସର ଏବଂ ପୋଲିସ ଷ୍ଟେସନ, ତଥା କୋର୍ଟ ପରିସର ମଧ୍ୟରେ, କର୍ମଚାରୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.