fbpx

(Video) ଭାରତ ଯାତ୍ରାକୁ ବାରଣ କଲା ଆମେରିକା, ଜାଣନ୍ତୁ କ’ଣ ଏହି ମାମଲା

ଭାରତ ଆସିବନି ଆମେରିକାର କୌଣସି ଫ୍ଲାଇଟ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଜୋ ବାଇଡେନ ଏଭଳି କିଛି କଡା ନିଷ୍ପତ୍ତି ନେଇଛନ୍ତି । ଭାରତରେ ଦିନକୁ ଦିନ ଦୁଷ୍କର୍ମର ମାମଲା ବଢିବାରେ ଲାଗିଛି । ଆଜି ବି ଦେଶରେ ନାରୀ ସୁରକ୍ଷିତ ନୁିହଁନ୍ତି । ଅନ୍ୟପଟେ ଦେଶରେ ଆତଙ୍କବାଦର ଘଟଣା ମଧ୍ୟ କମିବାର ନାଁ ନେଉନି । ତେବେ ଦେଶର ଏଭଳି ସମସ୍ୟାମାନ କେବଳ ଭାରତବାସୀଙ୍କର ନୁହେଁ ବରଂ ଅନ୍ୟ ଦେଶମାନଙ୍କର ବି ଚିନ୍ତାର କାରଣ ପାଲଟିସାରିଲାଣି ।

ଆଉ ଏମିତିରେ ଏହାକୁ ଦୃଷ୍ଟିରେ ରଖି ଆମେରିକା ପ୍ରଶାସନ ଏଭଳି କିଛି ବଡ ନିଷ୍ଟତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଆମେରିକାର ଜୋ ବାଇଡେନ ପ୍ରଶାସନ ଏହାର ନାଗରିକମାନଙ୍କୁ ଜମ୍ମୁ-କଶ୍ମୀରରେ କରୋନା, ବଳାତ୍କାର ଏବଂ ଆତଙ୍କବାଦ ଘଟଣା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଭାରତକୁ ଯାତ୍ର କରିବା ନେଇ ମନା କରିଛନ୍ତି। ଆହୁରି ପୁଣି ଭାରତ ଯାତ୍ରା ଉପରେ ପୁନର୍ବିଚାର କରିବାକୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.