fbpx

ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ, ଦେଖନ୍ତୁ ଫଟୋ

ନନ୍ଦୁରବାର: ଗାନ୍ଧୀଧାମ -ପୁରୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ନନ୍ଦୁରବର ଷ୍ଟେସନକୁ ପଶୁଥିବା ବେଳେ ଗାଡ଼ି ନମ୍ବର-୧୨୯୯୩ ଗାନ୍ଧୀଧାମ -ପୁରୀ ଏକ୍ସପ୍ରେସରେ ଲାଗିଥିଲା ନିଆଁ । ଏକ୍ସପ୍ରେସ ଟ୍ରେନର ପ୍ୟାଣ୍ଟ୍ରି କାରରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ନିଆଁ ଲିଭିବା ପରେ ପ୍ୟାଣ୍ଟ୍ରି କାରକୁ ଟ୍ରେନରୁ ଅଲଗା କରାଯାଇଛି । ଟ୍ରେନରେ ଅଗ୍ନିକାଣ୍ଡ ନେଇ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ମିଳିଛି ।

ଆଜି ଦିନ ୧୦ଟା ୩୫ ସମୟରେ ଟ୍ରେନରେ ନିଆଁ ଲାଗିଥିବା ରେଲୱେ ପକ୍ଷରୁ ସୂଚନା ମିଳିଛି । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଛି, ସେନେଇ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

 

Watch video: Gandhidham-Puri Express train catches fire near Nandurbar  station; no injuries reported

Get real time updates directly on you device, subscribe now.