fbpx

ବିନା ପରୀକ୍ଷାରେ ମିଳିବ ଭାରତୀୟ ସେନାରେ ଚାକିରି: ଦରମା ୬୩ ହଜାର ଟଙ୍କା, ଜାଣନ୍ତୁ କଣ ରହିଛି ଆବେଦନ ପ୍ରକ୍ରିୟା

ନୂଆଦିଲ୍ଳୀ: ଭାରତୀୟ ସେନାରେ ମିଳିବ ନିଯୁକ୍ତି । ଆଉ ନିଯୁକ୍ତି ବିନା ପରୀକ୍ଷାରେ । ଅବିଶ୍ୱାସ ଲାଗୁଥିଲେ ବି ଭାରତୀୟ ସେନା ପକ୍ଷରୁ ଏମିତି ଏକ ସୁଯୋଗ ସୃଷ୍ଟି କରାଯାଇଛି । ଭାରତୀୟ ସେନା ପକ୍ଷରୁ ଏହାର ମେକାନାଇଜଡ ଇନଫାଣ୍ଟ୍ରି ରେଜିମେଣ୍ଟାଲ ସେଣ୍ଟର ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ରୋଷେୟା, ଧୋବା, ସଫାଇ କର୍ମଚାରୀ, ବାରିକ ଏବଂ ଏଲଡିସିରେ ଖାଲିପଦ ରହିଛି । ଭାରତୀୟ ସେନାର ଆଧିକାରିକ ୱେବସାଇଟରେ https://indianarmy.nic.in/ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ ।

ଆସନ୍ତା ୧୨ ଫେବୃୟାରୀ ଆବେଦନର ଅନ୍ତିମ ତାରିଖ ରହିଛି । ଏହା ସହିତ ଏହି ଲିଙ୍କ https://images.news18.com/ibnkhabar/uploads/2022/01/Indian-Army-HQ-MIRC-Recruitment-2022.pdfରେ କ୍ଲିକ୍ ଆର୍ମି ନିଯୁକ୍ତି ୨୦୨୨ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରି ହେବ । ସମୁଦାୟ ୪୫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୧ଟି ରୋଷେୟା ପଦବୀ ଖାଲି ରହିଥିବା ବେଳେ ଏଥିରୁ ଅଣ ସଂରକ୍ଷିତ ଜାତି ପାଇଁ ୭ଟି, ଓବିସି ୨ଟି, ଅନୁସୂଚିତ ଜାତି ଏବଂ ଇଡବ୍ଲ୍ୟୁଏସଏସର ଗୋଟିଏ ଲେଖାଏଁ ପଦ ରଖାଯାଇଛି । ଧୋବା ପାଇଁ ୩ଟି ପଦ ଖାଲି ରହିଥିବା ବେଳେ ସବୁ ଅଣ ସଂରକ୍ଷିତ ରହିଛି । ୧୩ଟି ସଫେଇ କର୍ମଚାରୀଙ୍କ ପାଇଁ ଅଣ ସଂରକ୍ଷିତ ବର୍ଗର ୮ଟି, ଓବିସି ୩ଟି, ଅନୁସୂଚିତ ଜାତି ଏବଂ ଇଡବ୍ଲ୍ୟୁଏସଏସର ଗୋଟିଏ ଲେଖାଏଁ ପଦ ରଖାଯାଇଛି । ୭ଟି ବାରିକ ପଦ ପାଇଁ ୫ ଜଣ ଅଣ ସଂରକ୍ଷିତ ଏବଂ ଗୋଟିଏ ଲେଖାଏଁ ଏସସି ଓ ଓବିସିଙ୍କ ପାଇଁ ସଂରକ୍ଷିତ ଅଛି ।

ରୋଷେୟା ଓ ଏଲଡିସିଙ୍କ ଦରମା ୧୯୯୦୦ ରୁ ୬୩୨୦୦ ମଧ୍ୟରେ ରହିଥିବା ବେଳେ ଅନ୍ୟ ମାନଙ୍କ ଦରମା ୧୮ ହଜାର ରୁ ୫୯ ହଜାର ୬୦୦ ରଖାଯାଇଛି । ଅନ୍ୟ ସମସ୍ତ ପଦବୀ ପାଇଁ ଯୋଗ୍ୟତା ମେଟ୍ରିକ ପାଶ ରହିଥିବା ବେଳେ ଏଲଡିସି ପାଇଁ ଯୁକ୍ତ ଦୁଇ ରଖାଯାଇଛି । ସେହିପରି ଏଲଡିସି ପଦ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ଟାଇପିଂ ସ୍ପିଡ ଇଂରାଜୀରେ ୩୫ ଏବଂ ହିନ୍ଦିରେ ୩୦ ଥିବା ଆବଶ୍ୟକ । ଆବେଦନ ପାଇଁ ସର୍ବନିମ୍ନ ବୟସ ୧୮ ଏବଂ ସର୍ବାଧିକ ୨୫ ରହିଛି । ଓବିସି ପାଇଁ ସର୍ବାଧିକ ବୟସ ବର୍ଗ୨୮ ଏବଂ ଅନୁସୂଚିତ ଜାତି ଓ ଜନଜାତି ପାଇଁ ୩୦ ରହିଛି ।

Get real time updates directly on you device, subscribe now.