fbpx

ଗର୍ଭନିରୋଧ: ଜାଣନ୍ତୁ ସମସ୍ତ ପଦ୍ଧତି ଏବଂ ପାଶ୍ୱର୍ପ୍ରତିକ୍ରିୟା

AAKASH
ଗର୍ଭଧାରଣ ପ୍ରକ୍ରିୟାକୁ ନିବାରଣ କରିବା କିମ୍ବା ଗର୍ଭଧାରଣ ସମ୍ଭାବନାକୁ ପ୍ରତିହତ କରିବାର କ୍ରିୟାକୁ ଗର୍ଭନିରୋଧ କୁହାଯାଏ । ପୁରୁଷର ଶୁକ୍ରାଣୁ ଓ ନାରୀର ଡିମ୍ବାଣୁ କୁ ମିଳନ କରାଈନଦେବାକୁ ହିଁ ଗର୍ଭନିରୋଧର ଏକମାତ୍ର ଲକ୍ଷ୍ୟ ।
ଏକସୁସ୍ଥ ଜୀବନଯାପନ ପାଇଁ ଓ ପରିଛନତାପୁର୍ଣ୍ନ ସହବାସ ସହ ଏକ ସୁସ୍ଥ ଓ ନିର୍ଭିକସହବାସ ହେବା ନିହାତି ଆବଶ୍ୟକ । ଯାହା ୨ ସାଥି ବା ସ୍ବାମୀ ସ୍ତ୍ରୀ ଙ୍କ ଜୀବନ ଶୈଳୀ ଖୁବ୍ ଭଲରେ କଟିଥାଏ ।
@ ନବ ବିବାହିତ ପତି ପତ୍ନୀ କେତେକ ସ୍ଥଳରେ ଶୀଘ୍ର ପିଲାପିଲି ଚାହାଁନ୍ତି ନାହିଁ !ପିଲା ରହିଥିଲେ ଖୁବ୍ ଦୁଃଖି ହେଇଯାନ୍ତି ଏବଂ ଅନେକ ସାଙ୍ଗ ମତେ କଲ୍ ଦ୍ବାରା ଜଣେଇଥାନ୍ତି ପ୍ରଥମ ସନ୍ତାନ କୁ ସେମାନେ ନଷ୍ଟ କରିବା ପାଇଁ ।ଯାହା ନିହାତି ଭାବେ ନିନ୍ଦନୀୟ ।
@କିଛି କ୍ଷେତ୍ରରେ ୧ ରୁ ୨ ଟି ସନ୍ତାନ ହେବା ପରେ ସ୍ବାମୀ ସ୍ତ୍ରୀ ଆଉ ପିଲା ଚାହାନ୍ତି ନାହିଁ । ଭୁଲ୍ ବଶତଃ ପିଲା ରହିବା ପରେ ସେ ସନ୍ତାନ କୁ ଗର୍ଭରୁ ହିଁ ମାରିଦେଈଥାନ୍ତି ।
ଗର୍ଭନିରୋଧ କରିବାର ପଦ୍ଧତି —
—କଣ୍ଡୋମ ହେଉଛି ଅତ୍ୟନ୍ତ ସେଫ୍ ଆଉ ସହଜ ପ୍ରକ୍ରିୟା ।
—-ଗର୍ଭନିରୋଧ ବଟିକା (ଅଧିକ ବ୍ୟବହାର ସ୍ବାସ୍ଥ୍ୟପାଇଁ କ୍ଷତିକାରକ )
—–ନାରୀମାନଙ୍କ ଗର୍ଭାଶୟରେ ଅନ୍ତଃଗର୍ଭାଶୟ (କପର ଟି) ବସ୍ତୁ ସ୍ଥାପନ କରାଯାଏ ।
ସବୁଠୁ ଭଲ ଉପାୟ :
ପୁରୁଷର ଶୁକ୍ରବାହୀନଳୀର ଉଛେଦନ ଭାସେକ୍ଟୋମୀ (Vasectomy) ସର୍ଜରୀ ଦ୍ବାରା ହେଈଥାଏ ।
ଏବଂ ମହିଳାର ଡିମ୍ବାଣୁବାହୀ ନଳୀର ଉଛେଦନ ଟ୍ୟୁବେକ୍ଟୋମୀ (tubectomy) ସର୍ଜରୀ ଦ୍ବାରା ହେଈଥାଏ ।
କିଛି ନିହାତି ଜାଣିବା କଥା :
@ଅନେକ ଲୋକ ସନ୍ତାନ ବିହିନ ହେଈ ଦୁଃଖ ରେ ରହୁଛନ୍ତି ନିଜେ ନିଜର ଭ୍ରୁଣ କୁ ହତ୍ୟାକରି ହତ୍ୟାର ପାପ ନିଜ ମୁଣ୍ଡକୁ ନେବା ନିହାତି ଭାବେ ଅପରାଧ ।
@ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ନିଅନ୍ତୁ ନିଜ ଈଛାରେ ନିଜେ ନିଜର ଡାକ୍ତର ନହେଈ ଡାକ୍ତରଙ୍କ ପାଖକୁ ଯାଅନ୍ତୁ ଏବଂ ନିଜ ଭ୍ରୁଣକୁ ନମାରି ତାକୁ ଦୁନିଆ ଦେଖାନ୍ତୁ ।
@ଯେହେତୁ ସେକ୍ସ କୁ ଲଜ୍ୟା ବୋଲି ଆମ ଭାରତରେ ଧରାଯାଏ ଏହି କଥା ଆଲୋଚନାକୁ ମଧ୍ୟ ସଭିଏଁ ଲଜ୍ଜ୍ୟାବୋଧ କରନ୍ତି । ଆମ ପାଠ ବହିରେ ଏସବୁ ଥିଲେ ମଧ୍ୟ ଏହାକୁ ନେଈ ଲଜ୍ଜ୍ୟାବୋଧ କରିବା ଆମ ଶିଖିତ ସମାଜରେ ଏକ ମୁର୍ଖାମୀର ମୁଖା ସଦୃଶ ।

Get real time updates directly on you device, subscribe now.