fbpx

(Video) ଓକିଲଙ୍କ ଠାରୁ ଝାମ୍ପିନେଲେ ୧୫ ଲକ୍ଷ: ସିସିଟିଭି ଭିଡିଓ ଆଧାରରେ ପୋଲିସର ତଦନ୍ତ ଜାରି

ଦିନ ଦ୍ୱିପ୍ରହରରେ ଲୁଟ୍ । ଗାଡିରେ ଆସୁଛନ୍ତି ଆଉ ଝାମ୍ପି ନେଉଛନ୍ତି ଟଙ୍କା ବ୍ୟାଗକୁ । ଆଉ ଦେଖୁ ଦେଖୁ ହୋଇଯାଉଛନ୍ତି ଉଭାନ । ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ସହରରେ । ଯେଉଁଠି ଜଣେ ବ୍ୟକ୍ତି ଟଙ୍କା ବ୍ୟାଗ୍ ନେଇ ଯାଉଥିବାବେଳେ ଏକ କଳା ରଂଗର ପଲସରରେ ଆସି ଦୁର୍ବୁତ ମାନେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଛନ୍ତି ।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲା କୁଲୁଥକାନୀ ଅଂଚଳର ରାଜେଶ ସାହୁ ନାମକ ଜଣେ  ଓକିଲ ସମ୍ବଲପୁର ଏସବିଆଇ ମୁଖ୍ୟ ବ୍ରାଞ୍ଚରୁ ୧୫ ଲକ୍ଷ ଟଙ୍କା ଉଠାଇ ବାଇକରେ ନିଜ ଘରକୁ ଯାଉଥିଲେ। ବାଇକକୁ ନିଜ ଘର ସାମନାରେ ରଖି ଟଙ୍କା ବ୍ୟାଗ୍ ଧରି ଘରକୁ ଯିବା ସମୟରେ ହଠାତ୍ ଏକ ପଲସରରେ ଆସି ୨ ଦୁର୍ବୁତ୍ତ ରାଜେଶଙ୍କ ଠାରୁ ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଏହି ସମୟରେ ଦୃଶ୍ୟ ସିସିଟିଭିରେ ମଧ୍ୟ ରେକର୍ଡ ହୋଇଛି । ତେବେ ଏହାକୁ ନେଇ ଧନୁପାଲି ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି ରାଜେଶ ସାହୁ , ଏହାପରେ ଧନୁପାଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଲୁଟେରା ମାନଙ୍କୁ  ଧରିବାକୁ ଚେ଼ଷ୍ଟା  ଜାରି ରଖିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.