fbpx

(Video) ଦୋଷ କଲେ ସାଂସଦ, ଅଠା ବୋଳିଲେ ଗଣମାଧ୍ୟମ ଉପରେ: ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ଡିଜିଟାଲ ପ୍ରଚାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ବଢ଼ୁଛି ବିଜେପିର ଅଡ଼ୁଆ । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏବେ ଦଳ ପାଇଁ କାଳ ପାଲଟି ଯାଇଛନ୍ତି । କିଛିଦିନ ପୂର୍ବରୁ ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ଜୁଏଲ ଅଶ୍ଲୀଳ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ପୀଡ଼ିତା ଯୁବତୀ ଜଣଙ୍କ ବିଜେପି ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିଥିଲେ । ସାଂସଦ ଓ ଯୁବତୀଙ୍କ ଅଡିଓ ରେକର୍ଡ ମଧ୍ୟ ବିଭିନ୍ନ ସୋସିଆଲ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ? ନିର୍ବାଚନ ଆଗକୁ ଥିବା ବେଳେ ବିଜେପି କାହିଁକି ସାଂସଦଙ୍କୁ ଘଣ୍ଟ ଘୋଡ଼ାଉଛି । ଏହାର ପ୍ରଭାବ ଗେରୁଆ ଭୋଟରଙ୍କ ଉପରେ ପଡ଼ିବନି ତ?

ଏହି ମାମଲାରେ ବିଜେପି ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି । ଗଣମାଧ୍ୟମ ଉକ୍ତ ଯୁବତୀଙ୍କୁ ଡିଫେଣ୍ଡ କରିବା ସହ ଜୁଏଲଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥିଲା । କଂଗ୍ରେସ ଓ ବିଜେଡି ଦଳ ପ୍ରରୋଚନାରେ ଯୁବତୀ ଜଣଙ୍କ ଏଳି କାଣ୍ଡ ଭିଆଇଥିବା ନେଇ ଅଭିଯୋଗ ଆଣିଛି ବିଜେପି । ତେବେ ବିଜେପିର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି କଂଗ୍ରେସ । ଜୁଏଲ ନିଜକୁ ସଜାଡ଼ିବା ସହ ମହିଳାଙ୍କୁ ସମ୍ମାନ ଦିଅନ୍ତୁ ବୋଲି ସିଟୁ ପକ୍ଷରୁ କୁହାଯାଇଛି । ତେବେ ଏ କ୍ଷେତ୍ରରେ କିଏ ଠିକ୍ ଆଉ କିଏ ଭୁଲ୍ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.