fbpx

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି: ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ, ଶ୍ରୀପଞ୍ଚମୀରେ ରଥ କାଠ ଅନୂକଳ

ପୁରୀ, (ଭାସ୍କର ନ୍ୟୁଜ୍‌): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ବୁଧବାର ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜରୁ ଏହି କାଠ ଅଣାଯାଇଛି । ୩ଟି ଟ୍ରକରେ ପ୍ରଥମ ପର୍ଯ୍ୟାୟରେ ୬୩ ଖଣ୍ଡ ଅସନ ଓ ଧଉରା କାଠ ପହଞ୍ଚିବା ପରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି । ୩ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ଆସନ୍ତା ୫ ତାରିଖ ସରସ୍ୱତୀ ପୂଜା ଦିନ ବିଧି ଅନୁଯାୟୀ ୩ଟି ଧଉରା କାଠରେ ପୂଜାର୍ଚ୍ଚନା କରାଯିବ । ପର୍ଯ୍ୟାୟକ୍ରମେ ଅବଶିଷ୍ଟ କାଠ ପହଞ୍ଚିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.