fbpx

ଜେଲରେ କଏଦୀଙ୍କ ଟିକଟକ୍ ଭିଡିଓ, ଫେସବୁକରେ ଭାଇରାଲ

ଯେଉଁ ଜେଲରେ କଏଦୀଙ୍କୁ କିଛି ବି ନେବାକୁ ନିଷେଧ ହୋଇଥାଏ, ସେଠାରେ ହତ୍ୟା ମାମଲାରେ ଦଣ୍ଡିତ ହୋଇଥିବା କଏଦୀମାନେ ଟିକଟକ୍ ଭିଡିଓ କରି ନିଜ ଫେସବୁକରେ ଅପଲୋଡ କରୁଛନ୍ତି । ଏଭଳି ଏକ ସମ୍ବେଦନଶୀଳ ମାମଲା ରାଜସ୍ଥାନର ଭରତପୁର ଜିଲ୍ଲାରୁ ଆସିଛି ।

ଭରତପୁର ସ୍ଥିତ ସେଣ୍ଟ୍ରାଲ ଜେଲ ସେଭରରେ ବନ୍ଦ କଏଦୀ ନିଜର ସାଥୀମାନଙ୍କ ସହ ହୋଲି ଅବସରରେ ମାର୍ଚ୍ଚ ୯ରେ ଟକ୍ ଟକ୍ ଭିଡିଓ ସୁଟିଂ କରିବା ସହ ନିଜ ଫେସବୁକ ପେଜରେ ସେୟାର କରିଥିବା ଜଣାପଡିଛି । ତେବେ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ହିମାଂଶୁ ସୋଲଙ୍କି ନିଜ ମୋବାଇଲରେ ଟିକଟକ୍ ଭିଡିଓ ପ୍ରସ୍ତୁତ କରି ସେଭର ଜେଲରୁ ଏହି ଭିଡିଓ ସେୟାର କରୁଛି ବୋଲି ଫେସବୁକରେ ଲେଖିଛି ।

ପୂର୍ବରୁ ବହୁବାର ସେଣ୍ଟ୍ରାଲ ଜେଲରେ ଥିବା କଏଦୀମାନଙ୍କ ପାଖରୁ ମୋବାଇଲ ଜବତ କରାଯାଇଛି । ଏହା ସହ ସେମାନଙ୍କ ନିକଟରୁ ବହୁ ନିଶାଯୁକ୍ତ ପଦାର୍ଥ ମଧ୍ୟ ଜବତ କରାଯାଇଥିଲା । ଜେଲ ଭିତରେ କଏଦୀଙ୍କ ଉପରେ ତୀବ୍ର ନଜର ରଖାଯାଇଥିଲେ ବି କଏଦୀମାନେ ମୋବାଇଲରେ ଭିଡିଓ ସୁଟିଂ କରିଥିଲେ । ତେବେ ଭାଇରାଲ ଭିଡିଓର ଯାଞ୍ଚ କରାଯିବ ବୋଲି ସେଣ୍ଟ୍ରାଲ ଜେଲର ଅଧୀକ୍ଷକ ସୁଧୀର ପ୍ରତାପ ପୁନିଆ କହିଛନ୍ତି ।

Get real time updates directly on you device, subscribe now.