fbpx

ଓଓ୍ଵେସି ରାଷ୍ଟ୍ରଭକ୍ତ ହୋଇ ନପାରନ୍ତି, ମାତ୍ର ସେ ଜଣେ ଦେଶଭକ୍ତ: ସୁବ୍ରମଣ୍ୟମ ସ୍ଵାମୀ

ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦୀନ ଓଓ୍ଵେସିଙ୍କ ଉପରେ ଆକ୍ରମଣ ଘଟଣା ଜାତୀୟ ରାଜନୀତିକୁ ସରଗରମ କରିଛି। ଏହି ଘଟଣାକୁ ନେଇ ଓଓ୍ଵେସି ଶୁକ୍ରବାର ଲୋକସଭାରେ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ କହିଛନ୍ତି ଏହି ଆକ୍ରମଣରେ ସ୍ପଷ୍ଟ ହୋଇଯାଇଛି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା କେତେ ମଜବୁତ ରହିଛି। ଓଓ୍ଵେସିଙ୍କ ଉପରେ ଆକ୍ରମଣର ଦୁଇ ଦିନ ପରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ଵାମୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ହୋଇପାରେ ଓଓ୍ଵେସି ରାଷ୍ଟ୍ରବାଦୀ ନୁହନ୍ତି କିନ୍ତୁ ଦେଶଭକ୍ତ ଅଟନ୍ତି।

ନିଜର ନିର୍ଭୀକ ଏବଂ ଶାଣିତ ବୟାନରେ ମୋଦୀ ସରକାରଙ୍କୁ ଘେରୁଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ଵାମୀ କହିଛନ୍ତି, କେବଳ ତର୍କହୀନ କଠୋରପନ୍ଥୀ ହିଁ ଓଓ୍ଵେସିଙ୍କ ହତ୍ୟା କରିବାକୁ ଚାହିଁବ। ଓଓ୍ଵେସୀ ରାଷ୍ଟ୍ରବାଦୀ ନହୋଇଥିଲେ ବି ସେ ଜଣେ ଦେଶଭକ୍ତ। ଫରକ ଏତିକି ଯେ, ଓଓ୍ଵେସି ଦେଶକୁ ରକ୍ଷା କରିବେ ମାତ୍ର ଏହା ମାନିବେ ନାହିଁ ଯେ, ହିନ୍ଦୁ ମୁସଲିମଙ୍କ ଡିଏନଏ ଏକ। ଆମେ ତାଙ୍କର ତର୍କ ଉପରେ ବିଚାର କରିବା ଉଚିତ୍, ନା କି ବର୍ବରତା କରିବା ଉଚିତ୍।

 

ସୂଚନାଯୋଗ୍ୟ, ଗୁରୁବାର ୟୁପି ନିର୍ବାଚନରେ ପ୍ରଚାରରୁ ଫେରିବା ସମୟରେ ହାପୁଡର ଛଜରାସି ଟୋଲ୍ ନିକଟରେ ଅସଦୁଦ୍ଦୀନ ଓଓ୍ଵେସିଙ୍କ କାର ଉପରେ ଗୁଳି ମାଡ ହୋଇଥିଲା। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ଜେଲ୍ ପଠାଇ ସାରିଛି। ଏହି ଗୁଳିକାଣ୍ଡ ଘଟଣା ନେଇ ସଡକରୁ ସଂସଦ ପର‌୍ୟ୍ୟନ୍ତ ମାହୋଲକୁ ଗରମାଗରମ କରିଛି। ସଂସଦରେ ଓଓ୍ଵେସି ଜେଡ୍ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କର ଦାବି ଆକ୍ରମଣକାରୀଙ୍କ ଉପରେ ଆତଙ୍କରୋଧୀ ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ହାଇପ୍ରୋଫାଇଲ୍ ଏହି ମାମଲାରେ ପୋଲିସ ସବୁ ଦିଗରୁ ମାମଲାର ତଦନ୍ତ କରୁଛି।

Get real time updates directly on you device, subscribe now.