fbpx

ରଣଜୀ ଟ୍ରଫିରୁ ଓହରିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଆଇପିଏଲ୍ ପାଇଁ ଫୋକସ୍

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଥିବା ଘରୋଇ ରଣଜୀ ଟ୍ରଫି କ୍ରିକେଟ ଖେଳିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଗତ ବର୍ଷ ଟି- ୨୦ କ୍ରିକେଟ ବିଶ୍ୱକପ ପରେ ଦଳରୁ ବାଦ ପଡିଥିବା ପାଣ୍ଡ୍ୟା ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ ଭାରତୀୟ ସୀମିତ ଓଭର ଦଳକୁ ଫେରିବା ସମ୍ଭାବନା ଥିଲା । ତେବେ ସେ ଏହି ଟୁଣ୍ଟାମେଣ୍ଟରୁ ଓହରି ଯିବା ପରେ ଭାରତୀୟ ଦଳକୁ ଫେରିବା ବିଳମ୍ଭ ହୋଇ ପାରେ ବୋଲି ଅନୁମାନ । ତେଣୁ କେଦାର ଯାଦବଙ୍କୁ ସୋମବାର ଦିନ ବରୋଦା ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଗତକାଲି ରଣଜୀ ଟ୍ରଫି ପାଇଁ ଘୋଷିତ ବରୋନା ଦଳରେ ପାଣ୍ଡ୍ୟାଙ୍କ ନାମକୁ ବାଦ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ପିଠିରେ ଯତ୍ନଣା ଅନୁଭବ କରିବା ପରେ ପାଣ୍ଡ୍ୟା ଅସ୍ତ୍ରୋପଚାର କରିଥିଲେ । ତା ପରଠାରୁ ଆଉ ସେ ବୋଲିଂ କରି ପାରୁ ନାହାନ୍ତି । ଗତ ବର୍ଷ ଅନୁଷ୍ଠିତ ଟି- ୨୦ ବିଶ୍ୱକପରେ ସେ ଅଲରାଉଣ୍ଡର ଭୂମିକା ତୁଲାଇବେ ବୋଲି ଆଶା କରା ଯାଉଥିଲା । ମାତ୍ର ପିଠି ସମସ୍ୟା ନେଇ ବୋଲିଂ କରି ପାରିଲେ ନାହିଁ । ତେଣୁ ଏହା ପରେ ଭାରତୀୟ ଦଳରୁ ତାଙ୍କୁ ବାଦ କରିଦିଆ ଯାଇଛି । ଆହତ ଜନିତ ସମସ୍ୟା ନେଇ ୨୦୧୮ରୁ ସେ ନାଲି ବଲରେ କୌଣସି ମ୍ୟାଚ ଖେଳିବା ସୁଯୋଗ ପାଇ ନାହାନ୍ତି । ତେଣୁ ଘରୋଇ ରଣଜୀ ଟ୍ରଫି ଖେଳିବା ପାଇଁ ଇଛା ପ୍ରକାଶ କଲେ ନାହିଁ । ତେବେ ସେ ଆଗାମୀ ସମୟରେ ଆଇପିଏଲ ଖେଳିବା ପାଇଁ ମାନସିକ ପ୍ରସ୍ତୁତି ଚଳାଇଛନ୍ତି । କାରଣ ଆଇପିଏଲ ସହିତ ଚଳିତ ବର୍ଷ ସାମିଲ ହୋଇଥିବା ଅହମଦାବାଦ ଫ୍ରାଞ୍ଚାଇଜର ସେ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ସେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ପାଇଁ ଆଇପିଏଲ ଖେଳି ଆସୁଥିଲେ ।

Get real time updates directly on you device, subscribe now.