fbpx

ଗୃହ ବନ୍ଦ ଘଟଣାକୁ ନାପସନ୍ଦ କଲେ ପ୍ରଦୀପ୍ତ

ଭୁବନେଶ୍ୱର, ୧୪ା୩: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା । ସେ କହିଛନ୍ତି ଯେ କରୋନା ପ୍ରଭାବିତ ରାଜ୍ୟ କେରଳ ଓ ଦିଲ୍ଲୀରେ ବିଧାନସଭା ଚାଲିଛି । କିନ୍ତୁ ଓଡ଼ିଶାରେ କରୋନା ଆଳରେ ବିଧାନସଭା ବନ୍ଦ କରାଗଲା । ଏହାସହ କରୋନା ନେଇ ବିଧାନସଭା ମୁଲତବୀ ହେବାକୁ ନାପସନ୍ଦ କରିଛନ୍ତି ପ୍ରଦୀପ୍ତ । ଅନ୍ୟପଟେ ୟେସ୍ ବ୍ୟାଙ୍କ ଚଞ୍ଚଳତା ଧରାପଡ଼ିବା ଭୟରେ ଗୃହ ବନ୍ଦ କରାଯାଇଥିବା ନେଇ ଅଭିଯୋଗ କରିଛି ବିଜେପି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଆସନ୍ତା ୩୦ଯାଏ ଗୃହକୁ ମୁଳତବି ଘୋଷଣା କରାଯାଇଥିଲା । କରେନା ପାଇଁ ବିଧାନସଭା ମୁଲତବୀ ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏନେଇ ଗୃହରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ହଟ୍ଟଗୋଳ ମଧ୍ୟ କରିଥିଲେ ।

Get real time updates directly on you device, subscribe now.