fbpx

ସାରାଦେଶରେ Airtel ସେବା ଠପ୍, ଚିନ୍ତାରେ ବ୍ରଡବ୍ୟାଣ୍ଡ ଓ ମୋବାଇଲା ଗ୍ରାହକ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏୟାରଟେଲ ଗ୍ରାହକମାନେ ସମସ୍ୟାର ସାମ୍ନା କରୁଛନ୍ତି । ଅର୍ଥାତ୍ ଏୟାରଟେଲ କମ୍ପାନୀର ସେବା ବ୍ୟବହାର କରୁଥିବା ଗ୍ରାହକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭାରତ ସବୁଠାରୁ ବଡ ଟେଲିକମ୍ କମ୍ପାନୀ ଭିତରେ ରହିଛି ଏୟାରଟେଲ । ନେଟୱାର୍କ ସମସ୍ୟାର ସମ୍ମୁଖୀନ ହେଉଥିବା ଶତାଧିକ ଉପଭୋକ୍ତାମାନେ ଅଭିଯୋଗ କରିବାକୁ ଟ୍ୱିଟରର ସାହାଯ୍ୟ ନେଇଥିଲେ । ଅନେକ ଗ୍ରାହକମାନେ ରିପୋର୍ଟ କରିଛନ୍ତି ଯେ, କେବଳ ଏୟାରଟେଲର ମୋବାଇଲ୍ ଇଣ୍ଟରନେଟ୍ ସେବା ନୁହେଁ, ବରଂ ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍ ଏବଂ ଏୟାରଟେଲ୍ ବ୍ରଡବ୍ୟାଣ୍ଡ ସେବା ବି କାମ କରିବା ବନ୍ଦ କରି ଦେଇଛି ।

ଇଣ୍ଟରନେଟ୍ ଆଉଟେଜ୍ ଟ୍ରାକର୍ ଡାଉନଡେକ୍ଟରଙ୍କ କହିବାନୁସାରେ, ଏୟାରଟେଲ ମୋବାଇଲ ଇଣ୍ଟରନେଟ ୟୁଜରମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି । ଏୟାରଟେଲ ଇଣ୍ଟରନେଟ୍ ଆଉଟେଜ୍ ଇଣ୍ଡିଆର ଦିଲ୍ଲୀ, ଜୟପୁର, ଅହମ୍ମଦାବାଦ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁର କିଛି ଅଞ୍ଚଳକୁ ପ୍ରଭାବିତ କରୁଛି । ଏହି ସମସ୍ୟା ପ୍ରାୟ ୧୧ ଟା ସମୟରେ ସାମ୍ନାକୁ ଆସିଛି । ବହୁ ସଂଖ୍ୟକ ଉପଭୋକ୍ତା ଅଭିଯୋଗ କରିବାକୁ ଟ୍ୱିଟରକୁ ଯାଇଛନ୍ତି । ଅଘଟଣ ପରେ ଲୋକମାନେ ଟ୍ୱିଟରରେ ମିମ୍ସ ମାଧ୍ୟମରେ କମ୍ପାନୀକୁ ଅଟ୍ଟହାସ୍ୟ କରୁଛନ୍ତି ।

Get real time updates directly on you device, subscribe now.