ମୋବାଇଲରେ ଡାଉନଲୋଡ କରନ୍ତୁ ଡିଜିଟାଲ ଭୋଟର କାର୍ଡ; ଜାଣନ୍ତୁ ପ୍ରୋସେସ୍

ମତଦାତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ ଆୟୋଗ ଅନଲାଇନରେ ଭୋଟର ପରିଚୟ ପତ୍ର ଡାଉନଲୋଡ କରିବାର ସୁବିଧା ପ୍ରଦାନ କରୁଛି । ଯଦି ଆପଣଙ୍କ ଭୋଟର କାର୍ଡ ହଜିଯାଇଛି ତେବେ ଆପଣ ଅତି ସହଜରେ ଘରେ ବସି ଅନଲାଇନ ଡିଜିଟାଲ ଭୋଟର ଆଇଡି କାର୍ଡ ଡାଉନଲୋଡ କରିପାରିବେ ।

୨୦୨୧ ଜାନୁଆରୀ ୨୫ ରୁ ନିର୍ବାଚନ ଆୟୋଗ ଡିଜିଟାଲ ଭୋଟର ଆଇଡି କାର୍ଡର ଘୋଷଣା କରିଥିଲେ । ଏହାକୁ ଆପଣ ଅତି ସହଜରେ ମୋବାଇଲ, କମ୍ପ୍ୟୁଟର କିମ୍ବା ଲାପଟପରେ ଡାଉନଲୋଡ କରିପାରିବେ । ଯଦି ଆପଣ ଡିଜିଟାଲ ଭୋଟର ଆଇଡି ରଖିଛନ୍ତି ତା’ହେଲେ ଆପଣଙ୍କୁ ଭୋଟର ଆଇଡି କାର୍ଡ ରଖିବାର ଆବଶ୍ୟକ ନାହିଁ ।

ଏମିତି କରିପାରିବେ ଡାଉନଲୋଡ:

– ପ୍ରଥମେ https://www.nvsp.in/ ୱେବସାଇଟକୁ ଯିବାକୁ ହେବ
– ଏଠାରେ ଆପଣଙ୍କୁ NVSP ପୋର୍ଟାଲରେ ଲଗ ଇନ କରିବାକୁ ହେବ । ଆପଣଙ୍କ ପାଖରେ NVSPପୋର୍ଟାଲ ଆକାଉଣ୍ଟ ଥିବା ଜରୁରୀ
– ଯଦି ଆପଣଙ୍କ ଏନଭିଏସପି ଆକାଉଣ୍ଟ ନାହିଁ ତେବେ ଆପଣ ଆପଣଙ୍କ ଫୋନ ନମ୍ବର ଏବଂ ଇ-ମେଲ ଆଇଡି ଦ୍ୱାରା ଏନଭିଏସପି ଆକାଉଣ୍ଟ ତିଆରି କରିପାରିବେ
– ଏବେ ଆପଣଙ୍କୁ ଇ-ଏପିକ୍ କାର୍ଡ ଅପ୍ସନ ଦେଖାଯିବ, ଏହା ଉପରେ କ୍ଲିକ କରନ୍ତୁ
– ଏହାପରେ ଏଠାରେ ଲଗ ଇନ ଏବଂ ରେଜିଷ୍ଟର କରିବାକୁ ହେବ
– ଏବେ ଆପଣ ଇ-ଏପିକ୍ ଡାଉନଲୋଡ ଉପରେ କ୍ଲିକ କରି ଆପଣଙ୍କ ଏପିକ୍ ନମ୍ବର ଦିଅନ୍ତୁ
– ଏହା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଓଟିପି ଆସିବ । ଏହି ଓଟିପି ଦେବା ପରେ ଇ-ଏପିକ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଭୋଟର ଆଇଡି କାର୍ଡ ଡାଉନଲୋଡ କରିପାରିବେ ।
– ଆପଣଙ୍କ ଭୋଟର ଆଇଡି କାର୍ଡ ପିଡିଏଫ୍ ଫର୍ମାଟରେ ଡାଉନଲୋଡ ହୋଇଯିବ ।

Get real time updates directly on you device, subscribe now.