ବରଯାତ୍ରୀଙ୍କ ବାଣରୁ ଭୟାବହ ଅଗ୍ନିକାଣ୍ଡ, ପୋଡି ପାଉଁଶ ହେଲା ୪ ବଖରା

ଢେଙ୍କାନାଳ (ଭାସ୍କର ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ସଦରବ୍ଳକ ଅନ୍ତର୍ଗତ ବେଲଟିକିରି ପଞ୍ଚାୟତ ଅଧିନସ୍ଥ ଜଙ୍ଖିରା ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ପୁଅ ବାହାଘର ପାଇଁ ବାଣ ଫୁଟାଉଥିବା ସମୟରେ ବାଣ ନିଆଁରୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ତାଙ୍କର ୪ ବଖରା ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି ଉକ୍ତ ଗ୍ରାମର ବାସିନ୍ଦା ମାୟାଧର ବେହେରା ତାଙ୍କ ପୁଅ ବାହାଘର ପାଇଁ ଖୁସିରେ ବାଣ ଫୁଟାଯାଉଥିବା ସମୟରେ ବାଣ ନିଆଁରୁ ୪ ବଖରା ଗୁହାଳ ଗୃହ ନିମିଷକ ମଧ୍ୟରେ ଜଳି ଯାଇଥିଲା । ଅଗ୍ନିଶମ ବିଭାଗ ଘଟଣା ସ୍ଥାନରେ ପହଁଞ୍ଚି ନିଆଁକୁ କାବୁ କରିଥିଲା । ଏହି ଅଗ୍ନିକାଣ୍ଡରେ ମାୟାଧରଙ୍କ ବାସଗୃହ ଅଳ୍ପକେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.